ଦୁଃଖୀ ଦୁଃଖ ହାରୀ ଗିରିଧାରୀ ମୁରାରୀ
ଗୋପ ରକ୍ଷା କଲ ଗିରିଗୋବର୍ଦ୍ଧନ ଧରି,
ଇନ୍ଦ୍ର କୋପରୁ ରଖିଲ ଗୋପ ନଗରୀକୁ
ଗର୍ବ ଗଞ୍ଜିଲ ତାହା ତ୍ୱରିତ ବଜ୍ରକୁ,
ବ୍ରଜବାସୀଙ୍କୁ ରଖିଲ ଆରତ ନାଶନ
ମୋତେ ତ୍ରିତାପ ସଙ୍କଟୁ କର ପରିତ୍ରାଣ,
କାଳୀୟ ନାଗର ଦର୍ପ କରିଛ ଦଳନ
କାଳିନ୍ଦୀ ହ୍ରଦର ତଟେ ଆହେ ନାରାୟଣ,
ମୋହନ ବଂଶୀର ସୁର ତୋଳି ଗୋପୀଙ୍କୁ ମୋହିଲ
ସ୍ନେହ ପ୍ରେମ ଭକ୍ତି ପରା ଅନ୍ତରେ ଭରିଲ,
ନାମ- ଭକ୍ତି ସୁଧାରସ ପାନ କରି ଜନ
ଶ୍ରୀଚୈତନ୍ୟ ଆଗମନେ ହୋଇଲେକ ଧନ୍ୟ,
ଦ୍ୱାପରରେ ପ୍ରଭୁ ନାରାୟଣ ରୂପ ଧରି
ପାପୀଙ୍କୁ ବିନାଶ କଲ ଗୋଲକ ବିହାରୀ,
ରାଧିକା ତୁମର ପ୍ରାଣ ତୁମେ ତାଙ୍କ ପ୍ରାଣ
ରକ୍ଷା କର ପ୍ରଭୁ ତୁମେ ଆହେ ଆର୍ତ୍ତତ୍ରାଣ,
ଧର୍ମ ଧ୍ୱଜା ଧରି କୁରୁକ୍ଷେତ୍ରେ ଯୁଦ୍ଧ କଲ
ପାଣ୍ଡବଙ୍କ ପକ୍ଷେ ଲଢ଼ି କୌରବ ନାଶିଲ,
କୁରୁକ୍ଷେତ୍ରେ ଗୀତା ଜ୍ଞାନ ଅର୍ଜୁନ କର୍ଣ୍ଣରେ
ଧର୍ମଯୁଦ୍ଧେ ଆଗୁଆର ଅର୍ଥେ ହେଲ ଧୀରେ,
ଦ୍ରୋପଦୀର ମାନ ରକ୍ଷା କରିଛ ଦ୍ୱାପରେ
ଆହେ ପ୍ରଭୁ ନବଘନ ରଖ ମୋତେ ବାରେ. . . ।