କବିତା

ଈଶ୍ୱର

ଏବେ ଫେରାଇ ନେଉଛି
ଆଗାମୀ ଦେଖା ସାକ୍ଷାତ ପର୍ଯ୍ୟନ୍ତ
ହଁ ! ସେ କେତେଥର ରକ୍ଷା କରିଛନ୍ତି

ଈଶ୍ୱର

କିଛିଦିନ ହେଲା ମନ ମୋର ମୁକ୍ତ
ଈଶ୍ୱରଙ୍କ ଭୟ ନାହିଁ
ଅଛି ତ କେବଳ ଏକ ଅନୁଭବ
ସେ ମୋର ଭେଟ ହୋଇଥିଲେ
ଏବେ ତାଙ୍କ ସହିତ ଅଛି ମୋର ପରିଚୟ
କିନ୍ତୁ ମିତ୍ରତା ନାହିଁ
ମୁଁ ଯେ ନିଜକୁ ତାଙ୍କ ଭରସାରେ ଛାଡ଼ି ଦେଇଥିଲି
ଏବେ ଫେରାଇ ନେଉଛି
ଆଗାମୀ ଦେଖା ସାକ୍ଷାତ ପର୍ଯ୍ୟନ୍ତ
ହଁ ! ସେ କେତେଥର ରକ୍ଷା କରିଛନ୍ତି
ମୁଁ ବି ପ୍ରତିଦାନରେ ଦେଇଛି ମୋର ମୁଁ ତ୍ୱ
ସେ ବଡ଼ ମୋ ଠାରୁ କିନ୍ତୁ ଏତେ ବଡ଼ ରହିଲେ
ତିଷ୍ଠି ପାରିବନି ଏ ସମ୍ପର୍କ ବେଶି ଦିନ
ବାରମ୍ୱାର ନିଜକୁ ତ୍ୟାଗ କରିବ
ତାଙ୍କର ସମକକ୍ଷ ହେବାର ଅଛି ବାରମ୍ୱାର ।

ଲୋକପ୍ରିୟ ଲେଖା

To Top