କବିତା

ଜାଣେନା….

Basanti Das's odia poem Jaanenaa

ମୁଁ ବୁଝି ପାରୁନି କିଏ କାହିଁକି
ମତେ ଜଣେଇଲା ଈଶ୍ୱରଙ୍କ ବୋଲି
କେହି ଅଛନ୍ତି
ସେସର୍ବ କର୍ତ୍ତା, ସର୍ବ ଜ୍ଞାତା

ଜାଣେନା....

ଜାଣେନା..
କିଏ, କେବେ, କାହିଁକି
ଶୁଣେଇଲା ମତେ; ଈଶ୍ୱରଙ୍କ ନାମ,
ଈଶ୍ୱର କିଏ ! କୋଉଠି ରହନ୍ତି
କଣ ଖାଆନ୍ତି, କଣ ପିନ୍ଧନ୍ତି
କେମିତି ଦିଶନ୍ତି
କେମିତି କଥା ହୁଅନ୍ତି
ଜଣାଇଲା ନାହିଁ ମତେ ॥

କିଏ କହିଲା ଈଶ୍ୱର ଏମିତି
କିଏ କହିଲା ସେମିତି
କିଏ କହିଲା….
ଈଶ୍ୱରଙ୍କର ନଥାଏ, ରୂପ, ରଙ୍ଗ..
ନଥାଏ ଦେହ କି ଆକାର
ନଥାଏ ଭୋକ କି ଭେକ,
ସେ ନଥା”ନ୍ତି କୋଉଠି
ପୁଣି; ସବୁଠି ତାଙ୍କର ସତ୍ତା
ଉପଲବ୍ଧି ହୁଏ ,ସେଇ ମାନଙ୍କୁ ହୁଏ
ଯେ’ଈଶ୍ୱରଙ୍କୁ ବିଶ୍ୱାସ କରେ ॥

ମୁଁ ବୁଝି ପାରୁନି କିଏ କାହିଁକି
ମତେ ଜଣେଇଲା ଈଶ୍ୱରଙ୍କ ବୋଲି
କେହି ଅଛନ୍ତି
ସେସର୍ବ କର୍ତ୍ତା, ସର୍ବ ଜ୍ଞାତା
ସମସ୍ତଙ୍କ ତ୍ରାଣକର୍ତ୍ତା, ପ୍ରାଣକର୍ତ୍ତା
ଓ ସର୍ବେସର୍ବା, ଅତ୍ୟନ୍ତ ଶକ୍ତଶାଳି
ବିତ୍ତଶାଳି,
ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା, ସଂହାରକର୍ତ୍ତା
ସେ ଈଶ୍ୱର,ସର୍ବତ୍ର ବିଦ୍ୟାମାନ ॥

ମୁଁ ବି ସେଇ ବିଶ୍ୱାସକୁ ନେଇ
ବଂଚିଛି ଏ ଯାବତ୍….
ଖୋଜୁଚି ସେଇ ମହାନ୍ ସତ୍ତାର
କେହି ଈଶ୍ୱରଙ୍କୁ;
ଦେଖିବାକୁ, ଶୁଣିବାକୁ, ଧରିବାକୁ
ପ୍ରଣର ବ୍ୟାକୁଳତାକୁ ଗଣ୍ଠିଲିକରି
ବୋହି ଚାଲିଚି ଜୀବନ ପଥରେ;
କାଳେ କୋଉଠି ଦେଖାହୋଇଯିବ
ଈଶ୍ୱରଙ୍କ ସହ ଆକଷ୍ମିକ
ବାଟରେ କି ଘାଟରେ
ମନ୍ଦିର କି ମଠରେ
ସେଇଠି କାଳେ ସେ ମିଳନ୍ତି
ଭକ୍ତପାଇଁ ॥

ମୁଁ ଭକ୍ତନୁହେଁ ଯଦିଓ…
ବ୍ୟାକୁଳତା କମ୍ ନାହିଁ
ତାଙ୍କୁ ଖୋଜିବାରେ :
ତେଣୁ ସେ ମୋର ପ୍ରୀୟ ଅନ୍ଵେଷଣ
ଆତ୍ମୀୟ, ବନ୍ଧୁ; ଜାଣିଚ ଯଦି କେହି
ବତାଇଦିଅ ଠିକଣା ତାଙ୍କର ॥

ଲୋକପ୍ରିୟ ଲେଖା

To Top