କବିତା

ଯାତ୍ରୀ

Basanti Das's odia poem Jaatri

କେତେ ଶତୃ କେତେ ବାଧା ସାମନା କରିଛି ଯଦି
ପଳାୟନ ପନ୍ଥି ହୋଇ ଯାଇଛନ୍ତି ଫେରି
ସତ୍ୟନିଷ୍ଠା ଏକାଗ୍ରତା ପରିଶ୍ରମ ଶ୍ରଦ୍ଧା ମୋର
ମୋ ଚାଲିବା ପଥେ ଚାଲିଛନ୍ତି ହାତ ଧରି !

ଯାତ୍ରୀ

ହାରିନାହିଁ ଜୀବନରେ ମରିନାହିଁ ନିରାଶାରେ
ସରୁ ନାହିଁ ସ୍ୱପ୍ନ ଆଉ ଦିଶୁନାହିଁ ପଥ
ଏମିତି ଚାଲୁ ଚାଲୁ କେତେ ବଣ କେତେ ଗିରି
ସବୁ ଟପି ଆଗେ ଯାଏ ଏହାହିଁ ତ ସତ !

କେତେ ଶତୃ କେତେ ବାଧା ସାମନା କରିଛି ଯଦି
ପଳାୟନ ପନ୍ଥି ହୋଇ ଯାଇଛନ୍ତି ଫେରି
ସତ୍ୟନିଷ୍ଠା ଏକାଗ୍ରତା ପରିଶ୍ରମ ଶ୍ରଦ୍ଧା ମୋର
ମୋ ଚାଲିବା ପଥେ ଚାଲିଛନ୍ତି ହାତ ଧରି !

ନାରୀଟିଏ ବୋଲି କେବେ ଦୁର୍ବଳ ହୋଇନି ନିଜେ
ଆଉ କାହା ଉପହାସେ ହୋଇଛି ମୁଁ ଟାଣ
ଛୁଇଁବାକୁ କହିବାକୁ ସାହସ କରିନି କେହି
ସହି ପାରିନି କେ, ଜଣେ ମୋ ନଜର ବାଣ
ଯେତିକି ଶ୍ରଦ୍ଧା ଅଛି ମୋ ମନ ପାରାବାରେ  ଭରି
ସ୍ନେହଶୀଳ ଜନ ପାଇଁ ଦେଉଛି ଅଜାତି
ଯେତେ କ୍ରୋଧ ଯେତେ ଘୃଣା ତୀକ୍ଷଣକଣ୍ଟା ପରିଦିନେ
ଈର୍ଷାଳୁ ଜନଙ୍କ ପାଇଁ ଦେଉଛି ସଜାଡ଼ି !

ହାରିଛି ଯାହା ଜୀବନେ ସେ ସବୁତ ଅଳିକ
ଜିତିବା ଖୁସିରେ ଆଜି ଆତ୍ମହରା ମୁହିଁ
ହାତ ଧରି ଚାଲିବାକୁ ଆସୁ ବା ନ ଆସୁ କିଏ
ଶକ୍ତି ହୀନ ନୁହେଁ ମୁଁ ଯାଉ ଥିବି କହି !

ତିକ୍ତ ଅନୁଭୂତି ନେଇ ଜୀବନର ଚଲାପଥେ
ଧିରେଧିରେ ବାହେ ମୋର ସଂସାରର ନାବ
କେତେପାପ କେତେପୂଣ୍ୟ କେତେ ଭଲ କେତେମନ୍ଦ
ସେ ସବୁର ସାକ୍ଷୀ ମୋର ପ୍ରଭୁ ପଦ୍ମନାଭ !

ଲୋକପ୍ରିୟ ଲେଖା

To Top