କବିତା

ଯଦି କେବେ ସଞ୍ଜ ନଏଁ

Bidhan Chandra Swain

ଛଳ ଛଳ ଯମୁନାର
ବିବସ୍ତ୍ର ଯୌବନ
କରୁଥାଏ ଆନମନ ।

ଯଦି କେବେ ସଞ୍ଜ ନଏଁ

ଯଦି କେବେ ସଞ୍ଜ ନଏଁ
କାମନାର କଦମ୍ୱ ମୁଳରେ
ନିଦା ତପ୍ତ ଅପରାହ୍ନ ପରି
ଛାଇଯାଏ ଦେହ ସାରା
ଏପ୍ରିଲ୍‌ର ଖରା ।

ଛଳ ଛଳ ଯମୁନାର
ବିବସ୍ତ୍ର ଯୌବନ
କରୁଥାଏ ଆନମନ ।

ନିଶିଦିନ ମୋ କିଶୋରୀମନ
ଅଚେତନ ଆତ୍ମାମୋର
ଭାସିବୁଲେ ତୁମ ପ୍ରେମ
ସାଦା ଆକାଶରେ ।

ଲୁଚି ଲୁଚି କେବେ ଯଦି
ଚାହିଁଦିଏ ତୁମ ଆଖି
ଶ୍ୟାମଳ କେବାରେ
ଶ୍ୟାମଘନ ରୂପତୁମ
ନାଚୁଥାଏ ମୋ ମନର
ସ୍ୱଚ୍ଛ ଆଇନାରେ ।

କାମନା ସବୁବେଳେ ଅତୃପ୍ତ । ତା’ର ଲୋଳ ଜିହ୍ୱା ସବୁକିଛିକୁ ଲେହନ କରିବାକୁ ଆଗଭରା । ସେ ଯେତେ ପାଇଲେବି ଖୁସି ହୁଏନା । କାମନା ଉଦ୍ରେକ ହେଲେ ମଣିଷର ଆନନ୍ଦ ଅସ୍ତ ହୋଇଯାଏ, କିନ୍ତୁ ଯଦି କାମନା ପରିପୂରଣ ନ ହେଲା ତେବେ ତାର ଯାହା ହୁଏ ତାହାହିଁ କବିତାର ବକ୍ତବ୍ୟ ।

ଲୋକପ୍ରିୟ ଲେଖା

To Top