କବିତା

ଯଜ୍ଞ

Jachindra Kumar Rout's odia poem Jagnya

ଭୋକର ଦହନରେ
ବିସ୍କୁଟର ଶାନ୍ତ୍ୱନାରେ
ଭରସିଯାଏ ଜ୍ୱାଳା
କିଛି ପ୍ରାପ୍ତିର ଆଶ୍ୱାସନାରେ ।

ଯଜ୍ଞ

ନିଦାଘ ତାତିରେ ଢାଳି ଦେଇଚି
ସାମର୍ଥ୍ୟ, ସଂଲଗ୍ନ ନିବିଡ଼ ସମ୍ପର୍କ
ସନ୍ଦିଗ୍ଧ ସମ୍ୱନ୍ଧ- ଯୋଗୀ

ଭୋକର ଦହନରେ
ବିସ୍କୁଟର ଶାନ୍ତ୍ୱନାରେ
ଭରସିଯାଏ ଜ୍ୱାଳା
କିଛି ପ୍ରାପ୍ତିର ଆଶ୍ୱାସନାରେ ।

ହଜିଲେ, ହେଜିଲେ କି ହରେଇଲେ ତ
ମିଳିବାର ଭରସା ଆସେ
ସ୍ୱାର୍ଥକୁ ସନ୍ନ୍ୟାସ ନ ଦେଲେ
କେଉଁଟା ହାତମୁଠାକୁ ଆସିବ ଯେ
ପିଲାଙ୍କ ଚଞ୍ଚୁରେ ଦାନା ହେଉକି
ଭାଇକୁ ମଣିଷ କରିବାକୁ ହେଉ ।

ଜୀବନ ଯୌବନକୁ ପୂର୍ଣ୍ଣାହୂତି
ଦେଲା ପରେ ଫଳ ବାହାରିଲା
ପିଲାମାନଙ୍କ ସଫଳତା
ପ୍ରଚାର ପ୍ରସାର
ମୋହର ଧୃଷ୍ଟତା ।

କିଏ ପ୍ରସମିତ କରିବ ତା’ର ଜ୍ୱାଳା କେଜାଣି
ପୁଅମାନେ ! ଝିଅମାନେ ! ନାଁ ଭାଇ !
କିଏ ଥମେଇ ଦେବ ମୁନ୍ଦେ ପାଣିରେ
ତା’ ପେଟର ନିଆଁ
ଅବଶିଷ୍ଟ ଆଶାର ଆୟୁଷରେ
ଆଲୋଡ଼ିତ ଆକାଂକ୍ଷାକୁ କିଏ
କହ ଦେବ, ଆହା !
ଯୋଗୀର ପୁଅଝିଅ ଭାଇ
ସମସ୍ତଙ୍କ ହାତରେ କେନ୍ଦରା
କାନ୍ଧରେ ଝୁଲି-
ପାଟିରେ ପିଲାମାନଙ୍କ ପାଇଁ
କିଛି ପାଇବାର ପ୍ରାର୍ଥନା
ସମସ୍ତେ ଶ୍ରେଷ୍ଠି
ସମସ୍ତେ ଶ୍ରେଷ୍ଠ ଅଥଚ
ଯୋଗୀ – ଭିକାରୀ

ଏବେ ଯୋଗୀ ବୁଝିଗଲା
ଜୀବନ ଯଜ୍ଞକୁ
ଜ୍ୱଳନ୍ତ ମୋହରେ ଜଳେଇ ଦେଲା ଜ୍ୱାଳା
ଜୁଇ ଜରାୟୁରେ
ଜରାଜୀର୍ଣ୍ଣ ଯୂପକାଠରେ ଦେହ
ଲିଭେଇ ଦେଲା ଦେହର ଦହନ
ଧୁ’-ଧୁ’ ଧୁମାଭ ଧରଣୀରେ !

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top