କବିତା

ଜନ୍ମଭୂମି

Dibakar Sahoo's odia poem Janmabhoomi

ତୋ ପୁତ୍ର ବୀର ସାମନ୍ତ ଧୈର୍ଯ୍ୟ ବଳ ଅପ୍ରମିତ
ସ୍ୱାଭିମାନ ରକ୍ଷା ପାଇଁ କରିଛି ପଣ
ସିଆଚୀନ ତୁଷାରରେ କାରଗିଲ ସୀମାନ୍ତରେ
ଶତ୍ରୁ ସହ ଲଢ଼ି ଦର୍ପ କରନ୍ତି ଚୂର୍ଣ୍ଣ ।
ସ୍ୱର୍ଣ୍ଣାକ୍ଷରେ ଲେଖାଯାଏ ସ୍ମୃତି
ଶତକୋଟି ପ୍ରାଣ ଯା’ର ବାଢେ ପ୍ରଣତି ।।

ଜନ୍ମଭୂମି

ପବିତ୍ର ଜନମ ଭୂମିଚରଣେ କରେ ଦୟିନୀ
ଜ୍ଞାନୀ ଗୁଣି ପ୍ରସବିନୀ ଭାରତମାତା
ଧର୍ମ ନିରପେକ୍ଷ ନାମେସାର୍ବଭୌମ୍ୟ ରାଷ୍ଟ୍ର ଧାମେ
ପରିଚିତ ହେଉ ମା’ଗୋ ଜଗତ ଜିତା
ଗଣତନ୍ତ୍ରେ ମାର୍ଜିତ ହୋଇ
ଦେଖାଉଛୁ ମାର୍ଗ ବିଶ୍ୱ କଲ୍ୟାଣ ପାଇଁ ।।

ତୋ ପୁତ୍ର ବୀର ସାମନ୍ତଧୈର୍ଯ୍ୟ ବଳ ଅପ୍ରମିତ
ସ୍ୱାଭିମାନ ରକ୍ଷା ପାଇଁ କରିଛି ପଣ
ସିଆଚୀନ ତୁଷାରରେକାରଗିଲ ସୀମାନ୍ତରେ
ଶତ୍ରୁ ସହ ଲଢ଼ି ଦର୍ପ କରନ୍ତି ଚୂର୍ଣ୍ଣ ।
ସ୍ୱର୍ଣ୍ଣାକ୍ଷରେ ଲେଖାଯାଏ ସ୍ମୃତି
ଶତକୋଟି ପ୍ରାଣ ଯା’ର ବାଢେ ପ୍ରଣତି ।।

କୃଷକ ସନ୍ତାନ ତୋରକର୍ମେ ଅଟେ ପ୍ରୀତି ଯା’ର
ମାନେ ନାହିଁ ବର୍ଷା ଶୀତ ବୈଶାଖ ତାତି
ରକତକୁ ଝାଳ କରିଶସ୍ୟ ଶ୍ୟମଳାରେ ଭରି
ଆତ୍ମ ନିର୍ଭରଶୀଳରେ ଲଭିଛି ଖ୍ୟାତି ।
ଥକିନାହିଁ ଜୀବନ ଯୁଦ୍ଧେ
ଶକତି ସଂଚାର କରି ସବୁରି ହୃଦେ ।।

ଶ୍ରମଜୀବୀ କାରିଗରସାର୍ଥକ ତୋର କୁମର
ଦେଶ ନିର୍ମାଣରେ ତା’ର ଶ୍ରମ ସ୍ୱୀକୃତି
ଗଢ଼ିଲେ ତୋ ଦେହେ କଳାକଉଶଳ କୀର୍ତ୍ତିମାଳା
ନିହାଣ ମୁନରେ ମୂର୍ତ୍ତି କଲେ ଅଙ୍କିତ
ବଢ଼ାଇଲେ ତୋ ଯଶମାନ
ଶିଳ୍ପ ସମୃଦ୍ଧିର ତୋତେ କଲେ ମହାନ ।।

ପରମାଣୁ ବିସ୍ଫୋରଣେକ୍ଷେପଣାସ୍ତ୍ର ପରୀକ୍ଷଣେ
ବୈଜ୍ଞାନିକ ପୁତ୍ର କଲେ ସ୍ଥିତି ଜାହିର
କମ୍ପ୍ୟୁଟର ଉଦ୍ଭାବନେଉପଗ୍ରହାଦି ପ୍ରେରଣେ
ଦେଖାଇଲେ ପ୍ରତିଭା କା ନୁହେଁ ଜାଗିରୀ
ବିଜ୍ଞାନକୁ ସମାଜ ହିତେ
ଲଗାଇଲେ ତୋର ଶକ୍ତି ସାମର୍ଥ ପଥେ ।।

ସାମ୍ବାଦିକ ପୁତ୍ର ଯେତେରହି ବିଶ୍ୱପଥ ପ୍ରାନ୍ତେ
ମାନବିକ ସୁରକ୍ଷାରେ ସଂଗ୍ରାମ ରତ
ସତ୍ୟନିଷ୍ଠା ନିର୍ଭୀକତାଦୁସ୍ଥ ମାନବ ବାରତା
ଦେଇ କରେ ତୋ ପ୍ରାଣର ମହିମା ବ୍ୟକ୍ତ
ଲେଖନୀକୁ ଅଙ୍କୁଶ କରି
କରୁଥାଏ ସେବା ତୋର ଯାଗି ପ୍ରହରି ।।

ନମସ୍ୟ ତୋ ଗୁରୁକୁଳସ୍ୱଭାବେ ଛାତ୍ର ବତ୍ସଳ
ଭବିଷ୍ୟ ପିଢ଼ି ସୁଦୃଢ଼େ ହୋଇଲେ ବ୍ରତୀ
ମେଧାବୀ ଚରିତ୍ରବାନଦେଶଭକ୍ତି ପରାୟଣ
ସୃଷ୍ଟିକରି ବଢ଼ାଇଲେ ତାହାରି କୃତି
କଲେ ତୋତେ ଗୌରବମୟୀ
ବୌଦ୍ଧିକ ସଂପଦେ କଲେ ବିଶ୍ୱବିଜୟୀ ।।

ସମ୍ମିଳିତ ନିଷ୍ଠା ଫଳେଏକତା ସଂହତି ବଳେ
ଯଶ ଅର୍ଥ ବିଭବରେ ପାଇଲୁ ଶୋଭା
ହେଲା ତୋର ମାନ ବୃଦ୍ଧିସକଳ କାମନା ସିଦ୍ଧି
ବିକଶିତ ରାଷ୍ଟ୍ରଭାବେ ହୋଇଲୁ ଉଭା
ମା’ଗୋ ତୋର ସନ୍ତାନ ବୋଲି
ଭାରତୀୟ ଭାବେ ଗର୍ବେ ଉଠଇ ଫୁଲି ।।

ଲୋକପ୍ରିୟ ଲେଖା

To Top