ହେ ମା…..
କିଛି ସମୟ ପରେ ଆରମ୍ଭ ହେବ
ରକ୍ତ ପାତ ଗର୍ଭପାତ
କୁନି କୁନି ଶରୀର ସହ
ମଜବୁତ ସଶସ୍ତ୍ର ହାତ ।।
ଦୁଖ ନାହିଁ
କାଟି ଦେଲେ ଖଣ୍ଡ ଖଣ୍ଡ କରି
ମୋ ଶରୀର କୁ
ଦୁଖ ତ ଏତିକି
ମୋତେ କାଟିବା ଆଗରୁ
ଚିରିବାକୁ ପଡେ ମା ତୋ ଦେହକୁ ।।
ଅସହ୍ୟ ଯନ୍ତ୍ରଣା ହେବ
ସବୁ ସହିଜିବି
ହେଲେ ତୁ ବି ପାଇବୁ ଯନ୍ତ୍ରଣା
ମୁଁ ଭୁଲି କି ପାରିବି ।।
ହେ ଈଶ୍ୱର,
ଆର ଜନ୍ମରେ ମା ଟିଏ ମୋତେ କର
ଏହି ଯନ୍ତ୍ରଣା ର ଅନ୍ତ ନ ହେଉ
ସହିବି ଯନ୍ତ୍ରଣା କନ୍ୟା ଶିଶୁ ପାଇଁ
ଗର୍ଭପାତ ନୁହେଁ (ପ୍ରସବ) ଗର୍ଭ ବେଦନାର ।।