କବିତା

ଜୀବନ ଯାତ୍ରା

Minati Pradhan's odia poem Jeebana Jatraa

କଣ୍ଟା ଫୁଟି ଗଲେ,
ବହିଯାଏ ରକତର ନଦୀ ।
ନୁହେଁ ଗୋଲାପର ଶଯ୍ୟା, ଅନେକ କହନ୍ତି ।

ଜୀବନ ଯାତ୍ରା

ଜୀବନର ଚଲାପଥ ଖସଡ଼ା
ରହି ରହି, ଫୁଙ୍କି ଫୁଙ୍କି
ପାଦ ବଢାଇବାର ଉପଦେଶ ମିଳେ ।

ପଡ଼ିଯିବ ଅତଳ ଗର୍ଭରେ !
ହୁଏ ନାହିଁ ମୋକ୍ଷ ପ୍ରାପ୍ତି,
ପାଦ ଖସି ଗଲେ କାଳେ ।

କଣ୍ଟା ଫୁଟି ଗଲେ,
ବହିଯାଏ ରକତର ନଦୀ ।
ନୁହେଁ ଗୋଲାପର ଶଯ୍ୟା, ଅନେକ କହନ୍ତି ।

କରେ ଯଦି କିଏ,
ଚାଲିବାର ଦୁଃସାହସ
ଖଣ୍ଡା ଧାର ପରେ ।

ଜୀବନ ବି ହଜୁଥାଏ ,
ମିଳୁଥାଏ, ସୁନ୍ଦର ଯନ୍ତ୍ରଣା
କେବେ କିନାରାରେ ।

ବୋଧେ କଣ୍ଟା ଫୁଟିବାର ମିଠା
ଯନ୍ତ୍ରଣା, ଅନେକ ସୁନ୍ଦର
ଧୁ ଧୁ ଖରାବେଳ ଠାରୁ ।

ସେ ପାଇଁ ଲେଖିବାର ଜୀଇବନର ସଂଜ୍ଞା,
ନ କରି ଭ୍ରୁକ୍ଷେପ, ଖୋଜନ୍ତିନି
ଜୀବନର ମାନେ ।

ଅନେକ ଭାବନ୍ତି,
ମଜ୍ଜନ୍ତି ଜୀବନ ଯାତ୍ରାରେ
ସଙ୍ଗୀତର ମଧୁର ମୂର୍ଚ୍ଛନା ତଳେ ।

ଲୋକପ୍ରିୟ ଲେଖା

To Top