କବିତା

ଜୀବନ ଖେଳ

Kanishtha Kishore Sahu's odia poem Jeebana Khela

ଅଗ୍ରଭାଗେ ଥିବା ବ୍ୟକ୍ତିକୁ ଦେଖି ଯେ
ନ ଥକି କରେ ଧାବନ,
ଲକ୍ଷ୍ୟପଥକୁ ପ୍ରାପ୍ତ କରି ସେ
ଲଭେ ବହୁତ ସମ୍ମାନ ।

ଜୀବନ ଖେଳ

ହାରିଗଲ ଭାବି ପଛକୁ ନ ଫେର
ଜୀବନଟା ଏକ ଖେଳ,
ହାର୍‌ଜିତ୍ ! ଏଠି ସମଭାବାପନ୍ନ
ଶୁଭ ହେଲେ ବି ବିଫଳ ।

ଅଗ୍ରଭାଗେ ଥିବା ବ୍ୟକ୍ତିକୁ ଦେଖି ଯେ
ନ ଥକି କରେ ଧାବନ,
ଲକ୍ଷ୍ୟପଥକୁ ପ୍ରାପ୍ତ କରି ସେ
ଲଭେ ବହୁତ ସମ୍ମାନ ।

ଇଚ୍ଛାଶକ୍ତି ସହ ଧୈର୍ଯ୍ୟ ବଳରେ
ସର୍ବ କର୍ମ ହୁଏ ଜୟ,
ପଙ୍ଗୁ ଲଙ୍ଘି ପାରେ ହିମାଳୟ ଗିରି
ଜୀବନ ସଂଘର୍ଷମୟ ।

ଲୋକପ୍ରିୟ ଲେଖା

To Top