କବିତା

ଝିଅ

Annapurna Mohanty's odia poem Jhia

ମୋ ସୀମନ୍ତରେ ଭରିବାକୁ
ବାଜି ଲଗାଇଛି ଯିଏ
ଦାମ୍ପତ୍ୟ ବିଶ୍ୱାସ
ଆପଣାକୁ ନ ଚିହ୍ନି
ବାଉଳା ହେଉଥିବା ନିଶାଖୋର ପରି
ମୁଁ ଭୂଆଁ ବୁଲାଇବାରେ ବି ଓସ୍ତାଦ୍ ।

ଝିଅ

ଏବେ ମହକିଯିବାର
ବେଳ ବୋଲି
ଯେଉଁମାନେ ଭାବି
ବିଭୋର ହେଉଥିଲେ,
ମୁଁ କୁଣ୍ଠିତ ନୁହେଁ କହିବାକୁ
ସେମାନେ ମସ୍ତ ପାଗଳ ।

ଜାଣନ୍ତିନି ସେମାନେ
କେଉଁ ତୁଠ ପାଣିରେ
ହକାଳିଛି ପାଦ ମୁଁ ତ
କେଉଁ ଫୁଲ ମହକରୁ
ଅଜାଡ଼ିଛି ସଦ୍ୟ ସୁବାସ ।

ଓଠରେ ମୋ ଲେଖା ଅଛି
ଦୁଃସାହସୀ ହସ
(ତାକୁ ତମେ କହିପାର ବିଷ)
ପକ୍ଷୀର ଡେଣାକୁ ଖଞ୍ଜି ମୋ କାନ୍ଧରେ
ଲମ୍ୱାଇଛି ମାଟି ଠୁଁ ଆକାଶ ।

ମୋ ସୀମନ୍ତରେ ଭରିବାକୁ
ବାଜି ଲଗାଇଛି ଯିଏ
ଦାମ୍ପତ୍ୟ ବିଶ୍ୱାସ
ଆପଣାକୁ ନ ଚିହ୍ନି
ବାଉଳା ହେଉଥିବା ନିଶାଖୋର ପରି
ମୁଁ ଭୂଆଁ ବୁଲାଇବାରେ ବି ଓସ୍ତାଦ୍ ।

ଏବେ ଦେଖ ଠିଆ ଅଛି
ପୂର୍ଣ୍ଣ, ଅସମ୍ପୂର୍ଣ୍ଣ !

ନିଷିଦ୍ଧ ଫଳ ପରାଏ
ଛୁଇଁବା, ମହକିବା, ଖାଇବାର
ମନା ଧରି ଜୀଇଁବା ଜାଣିଚି
ମୁଁ ସ୍ୱୟଂ ସମ୍ପୂର୍ଣ୍ଣ !

ଯଦିଓ ମୋ ପରିଚୟ
ଝିଅଟିଏ
ମହମହ ଘିଅ ବୋଲି
ଭାବନାହିଁ
ଘିଅ ନୁହେଁ ମୁଁ ଖାଲି
ନିଆଁର ଝଲକ ଟିକିଏ ।
ଧୂଆଁ ତଳ ଅଗ୍ନିକଣାଟିଏ !

ଲୋକପ୍ରିୟ ଲେଖା

To Top