କବିତା

ଝିଅ ଘିଅ

Dr Kalpana Mallick's odia poem Jhia Ghia

କେଉଁ ବିଚିତ୍ର ନୀତିରେ
କେଉଁମାନେ ବାନ୍ଧିଦେଲେ
ନାରୀର ଜୀବନ
କିଛି କିଛି ଶବ୍ଦ ସଂଯୋଗରେ
ଲେଖା ହେଲା
ବିନାଶ୍ରୟେ ନ ବର୍ତ୍ତନ୍ତି
କବିତା ବନିତା ଲତା ।

ଝିଅ ଘିଅ

କେଉଁ ବିଚିତ୍ର ନୀତିରେ
କେଉଁମାନେ ବାନ୍ଧିଦେଲେ
ନାରୀର ଜୀବନ
କିଛି କିଛି ଶବ୍ଦ ସଂଯୋଗରେ
ଲେଖା ହେଲା
ବିନାଶ୍ରୟେ ନ ବର୍ତ୍ତନ୍ତି
କବିତା ବନିତା ଲତା ।
ପୁଣି ଦୁହିଁତା ଦୁଇକୂଳକୁ ହିତା
ଅବା ଦୁଇ କୂଳକୁ ପିତା
କିଏ କହେ
ଝିଅ ଘିଅ ଉଠାଇ ଦିଅ,
ନ ହେଲେ ଆଖିରୁ
ବୋହିବ ଲୁହ,
ସବୁ ଶବ୍ଦ ଆଉ ଅପଶବ୍ଦ ଯେତେ
ଝିଅ ପାଇଁ ଲେଖା,
କଥା କଥାକେ ଆଟୋପ,
ଯେତେ ପଢୁଛି ତ ପଢୁ
ଆକାଶରେ ଉଡୁଛି ତ ଉଡୁ

ସମୁଦ୍ରରେ ବୁଡୁଛି ତ ବୁଡୁ
ରାଷ୍ଟ୍ରମୁଖ୍ୟ ଅବା
ମୁଖ୍ୟ ଅଧିକାରୀ
ଯନ୍ତ୍ରୀ ଅବା ମନ୍ତ୍ରୀ
ହେଉଛି ତ ହେଉ,
କ’ଣ ହେଲା,
ଆମ ହୁଣ୍ଡା ପୁଅର
କେଉଁ ଗୁଣ ସାଙ୍ଗେ ସରି କୁହ ତ ଝିଅ
ଅଣ୍ଡିରୀ ପୁଅ ଲଣ୍ଡି
ମାଇକିନା ଝିଅ ଗଣ୍ଡି
କେଡ଼େ ଶାଣଦିଅ
କଥା ଦୁଇପଦ,
ବାସ୍ ଉଜାଡ଼ି ଦିଏ
ମାନ ଆଉ ମହତ ନାରୀର ।
ତା’ ହାତ ଗଢ଼ା,
ସମାଜକୁ ଧିକ୍‌କାର କରେ
ବାରମ୍ୱାର ପ୍ରଶ୍ନ କରେ,
ବିନା ନାରୀରେ, ସୃଷ୍ଟି ହୋଇ ପାରିବକି
ଅବା ମୂଲ୍ୟ ପାଇପାରିବକି
ପୁରୁଷ ସମାଜ ! ? !

ଲୋକପ୍ରିୟ ଲେଖା

To Top