କବିତା

ଯୁଦ୍ଧ

Dr Mousumi Parida's Odia poem Juddha

ସେ ବୋଧେ ଛଳନା ପଢିପାରେନା ..ସତରେ କଣ ସେ ଆଖି ଚାରିକଡର ସ୍ନାୟୁରେ, ‘ଭୟ’ ଧାଉଁନଥିବ ! ଛାତିରେ କେହି କରତ ଚଳଉନଥିବ ! ବାଘ କିନ୍ତୁ ଛାଡିଯାଏ ଶିକାର,
ଦୟାରେ କି ଭୟରେ କେଜାଣି ! (ପ୍ରେମରେ ତ ନୁହଁ)

ଯୁଦ୍ଧ

ଯୁଦ୍ଧ ନିଜ ସହ, ଶତ୍ରୁ ସହ
ଭାଗ୍ୟ,ସମୟ ଓ
ବନ୍ଧୁ ଭିତରେ ଲୁଚିଥିବା ବନ୍ଧୁକ ସହ !!

କେବେଦିନେ ପଢିଥିଲି- “ବାଘ ହଳେ ଆଖି ସହ ଲଢେ କାଳେ”, କେବେକେବେ ପରାଜିତ ହୁଏ ବି !
କଣ ଦେଖେ ସେ ହଳକ ଆଖିରେ !!
ସେ ବୋଧେ ଛଳନା ପଢିପାରେନା ..ସତରେ କଣ ସେ ଆଖି ଚାରିକଡର ସ୍ନାୟୁରେ, ‘ଭୟ’ ଧାଉଁନଥିବ ! ଛାତିରେ କେହି କରତ ଚଳଉନଥିବ ! ବାଘ କିନ୍ତୁ ଛାଡିଯାଏ ଶିକାର,
ଦୟାରେ କି ଭୟରେ କେଜାଣି ! (ପ୍ରେମରେ ତ ନୁହଁ)

ସେ ଜାଣିନଥାଏ ଜହ୍ନକୁ ଥାପୁଡେଇ ଶୁଆଇଦେବାର କଳା, ରାତି ମୁହଁରୁ
କଳା ଚାଦରଟା ଟାଣିନେଇ ଦିନ ଦେଖାଇବାର
କୌଶଳ, ଜୁଳୁଜୁଳିଆ ପୋକ କାନ୍ଧରେ ବସି
ନିଅନ୍ ଆଲୋକର ଉତ୍ସ ହାତେଇବାର କାଇଦା !

ବିଚରା ବାଘ ସହରର ରଙ୍ଗୀନ ଆଲୋକ
ଭେଳିକିରେ ହଜିଯାଏ, ଜାଣେନି ଏଠି ସବୁ ଆଖି
ତାକୁ ମାଟି କାମୁଡେଇଦେବାକୁ ଯଥେଷ୍ଟ !
ସବୁବେଳେ ଯେ ଯୁଦ୍ଧରେ ବାରୁଦର ଗନ୍ଧ କି ରକ୍ତପାତ ଥିବ ତା’ର ମାନେ ନାହିଁ..,
କିନ୍ତୁ ସାମ୍ନା ଜୀବଟି ଥିବ ଚେତନାଶୂନ୍ୟ !!
ହସିହସି ତଣ୍ଟି ଚିପାଯାଇପାରେ ..
କଥାର ନାହୁଡରେ ସ୍ଥାଣୁ ବି ବନାଯାଇପାରେ !
ବୁଝୁବୁଝୁ ବିଳମ୍ବ ହୁଏ କି କଣ
ଖପ୍ ଖପ୍ ଡେଉଁଥିବା ସେ ନିରୀହ ହଳଦୀବସନ୍ତ
ଖାଦ୍ୟ ଅନ୍ୱେଷଣ କରିବା ଭିତରେ ଗଛରେ ଥିବା ଅଜଗର ର ଖାଦ୍ୟ ବନିସାରିଯାଏ ..!!

ତେବେ ଫଗୁଣର କି ଯାଏ..!!
‘ଫଗୁ’ ରଙ୍ଗରେ ହେଉ କି ରକ୍ତରେ
‘ଯୁଦ୍ଧ’ ଅସ୍ତ୍ର ରେ ହେଉ କି ନିରସ୍ତ୍ରରେ
ନିରୀହତା ଓ ସରଳତାର ପରାଜୟତ
ସବୁକାଳେ !!

ଲୋକପ୍ରିୟ ଲେଖା

To Top