କବିତା

ଜୁଲାଇ ଶେଷର ବର୍ଷା

July Sheshara Barshaaan odia poem by Barun Kumar Das

ବନ୍ଦ ଝର୍କା
ନିବୁଜ ଦରଜା ଡେଇଁ
କାୟା ବିସ୍ତାର କରୁଛି
ବିଜୁଳିର ବିକଟ ଆଭା
ଘଡ଼ଘଡ଼ିର ମସ୍ତ ଶବ୍ଦ ।

ଜୁଲାଇ ଶେଷର ବର୍ଷା

ବନ୍ଦୀ କରି ରଖିଛି
ନିର୍ଜନ ଏକ ଘରେ,
ଜାଣିନି କି ଦଣ୍ଡେ
ଦଣ୍ଡିତ କରିଛି
ନିଜ ପାରୁପଣରେ
ଜୁଲାଇ ଶେଷପ୍ରାନ୍ତର ବର୍ଷାଟେ ।

ବନ୍ଦ ଝର୍କା
ନିବୁଜ ଦରଜା ଡେଇଁ
କାୟା ବିସ୍ତାର କରୁଛି
ବିଜୁଳିର ବିକଟ ଆଭା
ଘଡ଼ଘଡ଼ିର ମସ୍ତ ଶବ୍ଦ ।

ଅବିରାମ ଝରୁଥିବା ବର୍ଷାର
ରିଙ୍ଗଟୋନ୍
ଆଉ ଭିଜା ପବନର
ନରମ ସ୍ପର୍ଶ ।

ଅନେକ ଶବ୍ଦ ଭିତରେ
ଖୋଜି ମିଳୁନି ପରିଚିତ ଶବ୍ଦ
ସମ୍ପର୍କିତ ଦେହର ବାସ୍ନା
ଆପଣାର ମନ
ନିଜର ବନିଥିବା ସ୍ପନ୍ଦନ
ଆଉ ଏକ ହୃଦୟର ।

ନିସଙ୍ଗତା କେବେ
ଆଲିଙ୍ଗନ କରୁଛି ତ
କେବେ ନିରବତା ।

ବାହାରେ ଶେଷନାହିଁ
ସେଇ ବର୍ଷାର !

ଲୋକପ୍ରିୟ ଲେଖା

To Top