କବିତା

କାଗଜ

Smita Meher's odia poem Kaagaj

ମୁଁ ଯେ ତା ସଚ୍ଚୋଟ ସାଥୀ
ଦେବିନି ଧୋକା ତାକୁ ଜୀବନରେ
ରହିଥିବି ପଡ଼ି ତା ସହ
ବନ୍ଦ ହେଲା ଯାଏ ତା ଆଖି ।

କାଗଜ

ଅଦ୍ଭୁତ ମୋ ଅସ୍ଥିତ୍ୱ, ରହସ୍ୟମୟୀ ମୋ ସତ୍ତା,
ଆଳାପ କରେ ସଭିଙ୍କ ସହ, ଶୁଣେ ସୁଖ ଦୁଃଖର ବାର୍ତ୍ତା
ମାତ୍ର ଆଜିଯାଏ ରହିଗଲି ଖାଲି କାଗଜ ଟି ମୁଁ, ଗୋଟେ ମୂଲ୍ୟବାନ ବସ୍ତୁ
ଶୂନ୍ୟତାରେ ପଡ଼ିଥାଏ, ଏକାନ୍ତରେ ବସିଥାଏ ହୋଇ ଦୁଃଖି
ମାତ୍ର ରଖିଥାଏ ମନରେ ଏକ ଆଶା ।

ପୁଣି ଆସିବ ନୂତନ ପୁଲକ, ପୁଣି କେହି ଲେଖିଦେବ ଜୀବନ କାହାଣୀ,
ଆଂକିଦେବ ମନର ଚିତ୍ର ବା ତୁଳୀରେ
ଭରିଦେବି ମଧୁରସର ବାସ୍ନା ।

କେବେ ଲେଖିଦିଏ ତା ମନର ଦଶା ତ କେବେ ଦିଏ ଲିଭେଇ
କ୍ରୋଧକୁ ମଧ୍ୟ ଦିଏ ଢାଳି ମୋ ଉପରେ, ଶେଷକୁ ପୁଣି ଦିଏ ଫୋପାଡ଼ି
ନାହିଁ ମୋ ଅସ୍ତିତ୍ୱ ତା ଆଗରେ
ଅବିବେକୀ ମଣିଷ ଯେ ବୁଝେନି ଜମା ।

ମୁଁ ଯେ ତା ସଚ୍ଚୋଟ ସାଥୀ
ଦେବିନି ଧୋକା ତାକୁ ଜୀବନରେ
ରହିଥିବି ପଡ଼ି ତା ସହ
ବନ୍ଦ ହେଲା ଯାଏ ତା ଆଖି ।

ପଡ଼ିରହିଥାଏ ରାସ୍ତାକଡ଼ରେ ମୁଁ ହୋଇ ନିରାଦର
ଯାଏନି ଜମାରୁ ମୋ ଉପରେ ଦୃଷ୍ଟି କାହାର
କର୍ମ ସମାପ୍ତି ପରେ ମୁଁ ପୁଣି ଏକ ସାଧାରଣ କାଗଜ
ଖାଲି ଆବଶ୍ୟକ ବେଳେ ମତେ ମାନେ ପକାଏ ଏ ସମାଜ ।

ମାଗିନି କେବେ ମୋ କର୍ମର ମୂଲ
କାରଣ ମୁଁ ନୁହେଁ ଦୁର୍ବଳ ।

ପୁରା କରିବି ନିଜ କର୍ତ୍ତବ୍ୟକୁ ଆଗ ମୁଁ ନୁହେଁ ଏକ ସାଧାରଣ କାଗଜ
କାରଣର ଗନ୍ତାଘର ମୁଁ ଯେ ତୋ ଜୀବନ ସଙ୍ଗିନୀ
ମୁଁ ପୁଣି ଏକ ରହସ୍ୟମୟୀ ବାଣୀ
ମୁଁ ସେ କାଗଜ ଏହା ମୋ କାହାଣୀ
ଏହା ମୋ କାହାଣୀ ।

ଲୋକପ୍ରିୟ ଲେଖା

To Top