କବିତା

କାଳ ରାତ୍ରିର ବର୍ଷା

Prakash Sahoo's odia poem Kaala Raatrira Barshaa

ସେହି ଅଦିନିଆ ବର୍ଷା ରାତ୍ରୀର ସ୍ମୃତିକୁ,
ଯେକେହିବି ଏତେ ସହଜରେ ଭୁଲି ନ ପାରେ
ଦୁର୍ଗମ ଜଙ୍ଗଲର ବୃକ୍ଷଲତା ବି ନିଜର ଗ୍ଳାନିକୁ,
ପ୍ରକାଶ କରିବାକୁ ବର୍ଷାର ସାହାରା ନେଇଛି ।

କାଳ ରାତ୍ରିର ବର୍ଷା

ରାତିର ଘୋର ଅନ୍ଧକାର ଭିତରେ
ବିଜୁଳୀର ସାମାନ୍ୟ ଆଲୁଅରେ,
ସେହି ଦୁର୍ଗମ ପାହାଡିଆ ଅଞ୍ଚଳ,
ସତେ କି ନିଜର ଅସହାୟତା, ଗ୍ଳାନିକୁ,
ପରିପ୍ରକାଶ କରିବାକୁ ଚେଷ୍ଟା କରୁଛି।

ସେହି ଅଦିନିଆ ବର୍ଷା ରାତ୍ରୀର ସ୍ମୃତିକୁ,
ଯେକେହିବି ଏତେ ସହଜରେ ଭୁଲି ନ ପାରେ
ଦୁର୍ଗମ ଜଙ୍ଗଲର ବୃକ୍ଷଲତା ବି ନିଜର ଗ୍ଳାନିକୁ,
ପ୍ରକାଶ କରିବାକୁ ବର୍ଷାର ସାହାରା ନେଇଛି ।

ଡାଳ ର ପ୍ରତ୍ୟେକ ପତ୍ର ନିଜର କୋହକୁ,
ବୃଷ୍ଟିପାତ ର ଜଳ ଆକାରରେ ପ୍ରବାହିତ କରୁଛି ।

ଏ ସବୁର କାରଣ କଣ ହୋଇପାରେ?
ଦୀର୍ଘ ଦିନର ବର୍ଷା ଜଳର ସ୍ପର୍ଶ ପାଇନଥିବା,
ବୃକ୍ଷ ବି ମର୍ମାହତ ହୋଇପଡିଛି ।
କଣ ହୋଇପାରେ ଏହା ପଛରେ ରହସ୍ୟ?

ହଁ ସେହି କରୁଣ୍ୟ ପରିସ୍ଥିତି
ଯେତେବେଳେ ଦୁନିଆକୁ ବୁଝିନଥିବା ସେହି,
ନିଷ୍ପାପ, ନିରୀହ ଶିଶୁଟି,
ଆଜି ତାର ମା କୁ ଛାଡି ଚାଲି ଯାଉଛି,
ଏହି ପୃଥିବୀପୃଷ୍ଠରୁ ଚିର ଦିନ ପାଇଁ ।

ଲକ୍ଷେ ମାନସିକ କରି ପୁଅଟିଏ ପାଇଥିଲା ମା,
ଆଖିରେ ତାର କେତେ ସ୍ୱପ୍ନ ଥିଲା ପୁଅ ପାଇଁ।

କିନ୍ତୁ ପରିବାର ର ଦରିଦ୍ରତା ପାଇଁ,
ଯେଉଁ ବୟସ ରେ କଲମ ଧରିବା କଥା,
ମା ପାଖରେ ଅଳି, ଅଝଟ ପୁରା କରିବା ପାଇଁ,
ରାଗ ରୁଷା କରିବା କଥା,
ସେ ଆଜି ଏହି ଦୁର୍ଗମ ଅଞ୍ଚଳକୁ ଆସିଥିଲା,
ପରିଶ୍ରମ କରି ନିଜ ପରିବାର ପାଇଁ ,
କିଛି ଅର୍ଥ ଯୋଗାଡ କରିବାକୁ ।

କିନ୍ତୁ ବିଧାତ ର ଖେଳ ବଡ ବିଚିତ୍ର,
ଏ ଦୁନିଆରୁ ଉଠାଇ ନେଲା ମା’ର ଶଙ୍ଖାଳି କୁ ।
ଏ ଦୟନୀୟ ଚିତ୍ର କୁ ଯେ କେହି ବି ,
ପ୍ରତିବାଦ କରିବା ସ୍ୱଭାବିକ।

ଆକାଶରେ ଭାସମାନ ବାଦଲ ଖଣ୍ଡ,
ମଧ୍ୟ ଏହାର ପ୍ରତିବାଦ କରିଛି ।
ଯେପରି ସେ ନିଷ୍ପାପ ଶିଶୁଟିକୁ ଛାଡିବାକୁ ନାରାଜ ।
ଅନତି ଦୂରରେ ଥିବା ଝରଣା ବି
ଜଳଧାରାର ଧ୍ଵନି ରେ ଏହାର ପ୍ରତିବାଦ କରିଛି ।

ଅନାବନା ଗୁଳ୍ମରେ ପୂର୍ଣ୍ଣ ପୁଷ୍କରିଣୀ,
ଏହା ମଧ୍ଵ ରେ ଥିବା ମଣ୍ଡୁକ ଯୁଗଳ ମାନେ,
ନିରବଚ୍ଛିନ୍ନ ଶବ୍ଦରେ ଏହାର ପ୍ରତିବାଦ କରିଛନ୍ତି ।
ସେହି ବର୍ଷା ରାତ୍ରି ର ଶୀତଳ ପବନ ନିଜର,
ଗତି କୁ ବଢ଼ାଇ ଘୋର ପ୍ରତିବାଦ କରିଛି ।

କେତେ ଖୁସି ଥିଲା ସେ କିଛି ପାରିଶ୍ରମିକ ନେଇ
ଘର ପାଇଁ କିଛି ଖାଦ୍ୟ କ୍ରୟ କରିବ ।
ମା’ର ମୁହଁ ରେ ଆଶ୍ୱାସନା ଶୁଣିବ ।
ମା ତାକୁ ନିଜ ବକ୍ଷ ରେ ଚାପି ଧରି,
ତାକୁ ସ୍ନେହ ରେ ଚୁମ୍ଭନ ଦବ ।

କିନ୍ତୁ ସବୁକିଛି ଏହି କଲା ରାତ୍ରୀର ବର୍ଷା
ଧୂଳିସାତ୍ କରିଦେଇଛି ।
ସର୍ପ ଆଘାତରେ ଟଳି ପଡିଛି ।
ଯେଉଁ ମାଟିରେ ଜନ୍ମ ନେଇଥିଲା,
ଆଜି ପୁଣି ଥରେ ସେହି ମାଟି ରେ ମିଶି ଯାଇଛି ।

ମା ପୁଅ ର ଫେରିବା ବାଟ କୁ ଅନେଇ,
ବିବ୍ରତ ହୋଇପଡିଛି ।
ତା ପୁଅ କୁ ପାଶୋରି ନବା ପାଇଁ,
ତା କୋଳକୁ ଟାଣି ନେଇ,
ତା କୋମଳ ହାତ କୁ ଆଉଁସି ଦବା ପାଇଁ,
ତା ମୁଣ୍ଡ ବାଳକୁ ସଜାଡି ଦବା ପାଇଁ,
ମା ଅପେକ୍ଷ୍ୟା କରିରହିଛି।

ବାଡ଼ି ରୁ ଶାଗ ତୋଳି ସଂତୁଳା କରିଛି ।
ତା ପୁଅକୁ ଖାଇବାକୁ ଦବ,
କିନ୍ତୁ କାଳ ରାତ୍ରୀ ର ବର୍ଷା,
ତାର ଚିନ୍ତା କୁ ବଢ଼ାଇ ଦେଉଛି ।

ଭଙ୍ଗା ଚାଳଘରର ବାରଣ୍ଡାରେ
ବର୍ଷା ଛିଟାର ମାଡ଼, କୋହଲା ପବନରେ,
ସେ ତାର ପୁଅକୁ ଚାହିଁ ରହିଛି ।
କ୍ଷୀଣ ବିଜୁଳି ଆଲୁଅରେ
ଆଖି ପାଇବା ଯାଏ ରାସ୍ତାକୁ ଦେଖୁଛି ।

କାଳେ ତା ପୁଅ ବର୍ଷା ରେ ଭିଜି ଆସୁଥିବା,
କାଳେ କେହି ମିଲିଯିବେ ତା ପୁଅ ର ସୂଚନା ଦେବେ ।
ରାତି ବଢିବା ସାହିତ ବର୍ଷା ବି ବଢି ଚାଲିଛି।
ମା ସେମିତି ତା ପୁଅକୁ ଅପେକ୍ଷ୍ୟା କରିରହିଛି ।

 

 

 

ଲୋକପ୍ରିୟ ଲେଖା

To Top