କବିତା

କାଳଜୟୀ କୃତି

Ramakanta Mishra's odia poem Kaalajayi Kruti

ଲେଖିବା ଏକ କଳା
ଏ କଳାର ବିକାଶ କରାଯାଏ
ନିତ୍ୟ ପ୍ରତି ସାଧନା କଲେ
ଲେଖାର ବିକାଶ ହୁଏ ।

କାଳଜୟୀ କୃତି

କ’ଣ ଲେଖିବି ?
କାହିଁକି ଲେଖିବି ?
କାହା ପାଇଁ ଲେଖିବି?
ଖାଲି ଲେଖିବା ପାଇଁ ଲେଖିବି ?
ନା ଛାପିବା ପାଇଁ ଲେଖିବି ?
ଛପି ଗଲେ ବି କ’ଣ ଯାଏ ଆସେ ?
କିଏ ବା ପଢ଼ନ୍ତି ତାକୁ ?
କିଏ ବା ତାକୁ ମନେ ରଖନ୍ତି ???

ଲେଖା ଗୋଟାଏ ସଉକ
କିନ୍ତୁ ସଉକରେ ଲେଖା ହୁଏନା
ଲେଖିବା ପାଇଁ ଦରକାର
ଅନୁଭୂତି ଆଉ ଅଙ୍ଗେନିଭା କଥା ।
ଯାହାର ଅନୁଭୂତି ଯେତେ
ସେ ସେତେ ଲେଖେ
ଖାଲି ନିଜେ ଭୋଗୀ
ଅନୁଭୂତି ସାଉଁଟା ଯାଏନା
ଅନ୍ୟର ଅନୁଭୂତିକୁ
ବିଭିନ୍ନ ଉପାୟରେ
ଗ୍ରହଣ କରାଯାଏ ।
ପଢିକରି, ଶୁଣି କରି,
ଦେଖି କରି, ପଚାରି କରି ।

ଲେଖିବା ଏକ କଳା
ଏ କଳାର ବିକାଶ କରାଯାଏ
ନିତ୍ୟ ପ୍ରତି ସାଧନା କଲେ
ଲେଖାର ବିକାଶ ହୁଏ ।
ତେବେ ଳେଖକଟିଏ
ହେବ।ପାଇଁ ଲୋଡ଼ା
ଜୀବନରେ କିଛି ପ୍ରତିଶୃତି !
କାହା ପାଇଁ ଲେଖିବି,
ଯାହା ଲୋକଙ୍କୁ ଖୋରାକ
ଯୋଗାଉଥିବ ଭାବିବା ପାଇଁ ?

କଲମ ଖଣ୍ଡା ଠାରୁ ତୀକ୍ଷ୍ଣ
ତାହା ପରିବର୍ତ୍ତିତ କରିପାରେ ଜୀବନ
ପରିବର୍ତ୍ତିତ କରିପାରେ ସମାଜ
ଫରାସୀ ଯୁଦ୍ଧ ଲେଖକଙ୍କ ଯୋଗୁ
କ୍ରୀତଦାସ ପରମ୍ପରାର ସମାପ୍ତି
ଏହି ଲେଖକଙ୍କ ଯୋଗୁ
ଏବେବି ଆଖିଦେଖାରେ
କେତେ ପରିବର୍ତ୍ତନ
ଆମ ସମାଜରେ
କେବଳ ଲେଖକଙ୍କ ଯୋଗୁ ।

ଲେଖାରେ ଯଦି ଲଖ୍ୟ ଥିବ
ତେବେ ତାହା ନିଶ୍ଚୟ
ଭେଦ କରିବ ଲଖ୍ୟ ସ୍ଥଳୀରେ
କିନ୍ତୁ ସେଥିପାଇଁ ଲୋଡ଼ା
ଲେଖକଙ୍କର ପ୍ରତିବଦ୍ଧତା
ଭୟଙ୍କର ପରିସ୍ଥିତିର ସାମ୍ନା
ଲେଖିବା ଆଗରୁ
କଲମ ଧରିବା ପୂର୍ବରୁ
ଲଖ୍ୟ ସ୍ଥିର କରିବାକୁ ହେବ
ଅନୁଭୂତି ସାଉଁଟିବାକୁ ହେବ
ଅନ୍ତରର ସତ୍ୟତାର
ସହିତ ଲେଖିବାକୁ ହେବ
ତେବେ ଯାଇ ଲେଖା ହେବ
ଗୋଟିଏ କାଳଜୟୀ କୃତି ।

ଲୋକପ୍ରିୟ ଲେଖା

To Top