କବିତା

କାଳିଆ

Monalisa Dash's odia poem Kaaliaa

ଦେଖୁଚି କାଳିଆ ଜାଣୁଛି କାଳିଆ
ହୃଦୟର ଏଠି ଏତେଟା ଆଦର ନାହିଁ
ଭାବୁଛି ଭକ୍ତକୁ କହିବ ଯାଇ ସେ

କାଳିଆ

ପୁରୀ ବଡ଼ଦାଣ୍ଡେ ଚାହିଁ ସେ ବସିଛି
ହୃଦୟ ପସରା ଧରି
ପ୍ରେମ ବିନିମୟେ ହୃଦୟ ଦିଏ ସେ
ଭକତର ଭାବଗ୍ରାହୀ
କେହି ଆସୁନାହିଁ କେହି ମାଗୁନାହିଁ
ସମୟ ଯାଉଛି ସରି
(ଦିନେ) ଫେରିବାକୁ ହେବ ସଭିଁଙ୍କୁ ଘରକୁ
କାଳିଆ ଚାହୁଁଚି
କରନ୍ତା କି କେହି ଫେରିବା ଆଗରୁ ହୃଦୟଟା ତା’ର ଚୋରି !

ଦେଖୁଚି କାଳିଆ ଜାଣୁଛି କାଳିଆ
ହୃଦୟର ଏଠି ଏତେଟା ଆଦର ନାହିଁ
ଭାବୁଛି ଭକ୍ତକୁ କହିବ ଯାଇ ସେ
ମିଛ ଜରିଲଗା ସପନ ବେଉସା
ମୁଁ କରିପାରିବି ନାହିଁ ।

ହୃଦୟେ ବସନ୍ତି ବ୍ରହ୍ମ ପରଂବ୍ରହ୍ମ
ଭକତ କି ଜାଣେ ନାହିଁ
ଜାଣିବି କାହିଁକି ଏ ସତ୍ୟ
ଭୁଲେ ସେ ଜନ୍ମ ଜନ୍ମାନ୍ତର ପାଇଁ !

ଲୋକପ୍ରିୟ ଲେଖା

To Top