କବିତା

କାମନା

Binay Mohapatra's odia poem Kaamanaa

ଖୋଜିବାର ଅନ୍ତ ନାହିଁ ଏଠି,
ପାଇବାର ବି,
ନ ପାଇବାର ଅନେକ ଅଭେଦ୍ୟ ଦୁର୍ଗ,
ଦୁର୍ଗମ ଅନେକ କାମନା,
ତଥାପି ମଣିଷ ଖୋଜି ବସେ,
ଅନ୍ତ ହୀନ ଦୁଃଖର ସମୁଦ୍ର ରେ,
ମୁକ୍ତା ଖୋଜି ବସେ ।

କାମନା

ସୁଖର ମୁହୁର୍ତ୍ତଟିଏ ପାଇଁ ଆଶା କରି,
କେଜାଣି କେମିତି,
ଦୁଃଖର ଭଉଁରୀ ଭିତରେ,
ଟାଣି ହୋଇ ଯାଏ ତଳକୁ ତଳକୁ,
ସାଗରର ଅଥଳ ଗର୍ଭକୁ ।

ଖୋଜିବାର ଅନ୍ତ ନାହିଁ ଏଠି,
ପାଇବାର ବି,
ନ ପାଇବାର ଅନେକ ଅଭେଦ୍ୟ ଦୁର୍ଗ,
ଦୁର୍ଗମ ଅନେକ କାମନା,
ତଥାପି ମଣିଷ ଖୋଜି ବସେ,
ଅନ୍ତ ହୀନ ଦୁଃଖର ସମୁଦ୍ର ରେ,
ମୁକ୍ତା ଖୋଜି ବସେ ।

ପାଇବା, ହଜାଇବା
ଖୋଜିବା, ନିରାଶ ହେବା
ଚାହିଁବା, ନପାଇବା
ନ ଚାହିଁ ପାଇବା,
ଆଉ କେବେ ପାଉ ପାଉ,
ହାତ ଛଡ଼ା ହୋଇ ଯିବା ।

ହାତ ପାତି ଚାହିଁ ରହି ଥାଉଥାଉ,
ମୃଗତୃଷ୍ଣା ଲୁଚି ଯାଏ,
ଏ ସବୁ ଘଟଣା ଗୁଡିଏ
ଶବ୍ଦର ଜାଦୁଗରୀ କୁହ,
ଅଭିଧାନର, ଜୀବନର,
ଅନୁଭୂତିର, ଅଭିଜ୍ଞତାର ଅନୁଶୋଚନାର ।

ଜୀବନକୁ ଖୋଜୁ ଖୋଜୁ
ମୃତ୍ୟୁର କେତେ ପାଖା ପାଖି
ଏ ମଣିଷ ହୋଇଯାଏ ସତେ ।

ହଠାତ୍ ଅଟକି ଯାଏ ପାଦ
ସତେ ଅବା ସାମ୍ନାରେ
ବିସ୍ଫୋରଣର ଅପେକ୍ଷାରେ
ଟାଇମ୍ ବମ ଟିଏ କୁହୁଳି ଉଠିଛି,
ତାର ଅନ୍ତିମ ମୁହୁର୍ତ୍ତରେ,
ହେଲେ ପଛକୁ ଫେରି ପାରିବାର
ଆଉ ସମୟ ବାକି ନାହିଁ ।।

ଲୋକପ୍ରିୟ ଲେଖା

To Top