କବିତା

କାଙ୍ଗାଳୀର ସଂସାର

ସେଦିନ ସବୁ ଟୁପୁଟାପ୍ ହେଉଥିଲେ
ଆମ ତେଲ ଲୁଣର ସଂସାର
କେତେ ସୁଖରେ ଚଳୁଥିଲା
କୁଆଡୁ ଆସିଲା ଏ ନିଉଛଣା ଦିନ
ସବୁ ସାରିଦେଲା ହଟହଟା କଲା. . .

କାଙ୍ଗାଳୀର ସଂସାର

ଆମର ଏଠି
ବୈତରଣୀରେ ବନ୍ୟା ହେଲେ
ବ୍ରହ୍ମପୁରରେ ପିଆଜ କାନ୍ଦେ
ତା’ ଲୁହର ସ୍ରୋତରେ ଭାସିଯାଏ
ଦରିଦ୍ରର ସରଳ ସଂସାର. . . (୧)

ସେଦିନ ସବୁ ଟୁପୁଟାପ୍ ହେଉଥିଲେ
ଆମ ତେଲ ଲୁଣର ସଂସାର
କେତେ ସୁଖରେ ଚଳୁଥିଲା
କୁଆଡୁ ଆସିଲା ଏ ନିଉଛଣା ଦିନ
ସବୁ ସାରିଦେଲା ହଟହଟା କଲା. . . (୨)

ଆଳୁ ପିଆଜ କହି କହି ଦିନ ଗଣୁଥିବା
କାଙ୍ଗାଳୀ ନାଇକ କେରଳ ଯାଇଛି
ଏ ସବୁର ସୁଧାର ଆଣିବ. . . (୩)

ପେଟ୍ରୋଲ୍ ବଢୁ କି ଡିଜେଲ୍ ବଢୁ
ବିଜୁଳୀ ଦର ଯୁଆଡେ଼ ଯାଉ
କାଙ୍ଗାଳୀ ନାଇକ କାଙ୍ଗାଳ ହେଉ
ଗୁଣିଆଁ ହୋଇ ଭୂତ ଝାଡ଼ିବ
ଆଳୁ ପିଆଜର ମନ ମୋହିବ. . . (୪)

ଲୋକପ୍ରିୟ ଲେଖା

To Top