କବିତା

କବି

Basanti Das's Odia Poem KABI

ତା’ପରେ ଖୋଲିବ ତା’ର ଭାଗ୍ୟ
ସୁଧୁରିବ ଏଇ ସମାଜର ଗତି
ତିଆରି ହୋଇବ ରାମ ରାଜ୍ୟ ।

କବି

ଯେଉଁ ଦିନ କବି
କଲମ ମୁନରେ
କରିବ ଅନୀତି ପ୍ରତିବାଦ
ଯେଉଁ ଦିନ ପ୍ରିୟା ପ୍ରୀତି ଭୁଲିଯାଇ
ଡାକରା ଦେବ ସେ ଧର୍ମଯୁଦ୍ଧ
ଯେଉଁ ଦିନ ନିଜ ବିବେକ ବଳରେ
ସତ୍ୟର କରିବ ଉନ୍ମୋଚନ
ସେଇ ଦିନ ତା’ର କବିର ଜୀବନ
ଦେଶ ହିତ ପାଇଁ ହେବ ଧନ୍ୟ ।

ତା’ପରେ ଖୋଲିବ ତା’ର ଭାଗ୍ୟ
ସୁଧୁରିବ ଏଇ ସମାଜର ଗତି
ତିଆରି ହୋଇବ ରାମ ରାଜ୍ୟ ।

ପିତାମାତା ଆଉ ବୃଦ୍ଧ ବୟସରେ
ନ ଥିବେ ଏକଲା ଅନାହାରେ
ଅସହାୟ ବୋଲି ନିଜର ଭାଗ୍ୟକୁ
କରୁ ନଥିବେ ସେ ଧିକାର
ପୁଅ, ବୋହୂ, ନାତିନାତୁଣୀ ସହିତେ
ଶେଷ ସମୟରେ ଥିବେ ବଞ୍ଚି
ଏମିତି ସୁଯୋଗ୍ୟ ସନ୍ତାନ ମିଳେ
ପୁଣ୍ୟ ବଳ କିଛି ଥିଲେ ସଞ୍ଚି
କବି କଲମର ଡାକ ଶୁଣି
ନିଜ କର୍ତ୍ତବ୍ୟରୁ ବିଚୁ୍ୟତ ହେବେ ନି
ରାମରାଜ୍ୟ ଆସି ଯିବ ପୁଣି ।

ଲୋକପ୍ରିୟ ଲେଖା

To Top