କବିତା

କବି

Monalisha Dash's odia poem Kabi

ଜୀବନର ଚିତ୍ର ଆଙ୍କେ ଶବ୍ଦର ଫୁଆରାରେ
ଫଗୁଣକୁ ରଙ୍ଗ ମାଗେ ତୂଳୀର ବାହାନାରେ
ସ୍ମୃତିର ପାଉଁଶରୁ କେବେ କେବେ ସ୍ୱପ୍ନ ଜନ୍ମ ନିଏ
ସ୍ୱପ୍ନକୁ ବଞ୍ଚେଇ ରଖେ ସେ ସମ୍ଭାବନାର ଏନ୍ତୁଡ଼ିଶାଳରେ ।

ମନର ହାଟରେ ପ୍ରେମର ବିପଣି ଅହରହ ଚାଲିଥଏ
ସେ କେବଳ ନିଜକୁ ବିକୁଥାଏ ଆଉ କିଣୁଥାଏ
କବିତାରେ ଲେଖା ହୁଏ କିଛି କଥା
ଆଉ କିଛି କଥା ତା ଛାତିତଳେ ହୁତୁ ହୁତୁ ଜଳୁଥାଏ ।

ଧୂଳିଧୂସରିତ ଶ୍ୟାମଳ ଗୋଧୂଳିରେ
ଯେବେ ହାତଯୋଡ଼ି ବିଦାୟ ଦିଏ ସେ ଅସ୍ତମିତ ସୂର୍ଯ୍ୟଙ୍କୁ
ଠିକ ସେତେବେଳେ ଆକାଶକୁ ଧୀରେ ଧୀରେ ଓହ୍ଲେଇ ଆସୁଥାଏ ଜହ୍ନ
ହେଲେ କାହିଁକି କେଜାଣି ଆଜିକାଲି ଜହ୍ନ ବି କବିକୁ ଦେଖି ଦୋ ଦୋ ଚିହ୍ନା ହୁଏ ।

ଲୋକପ୍ରିୟ ଲେଖା

To Top