କବିତା

କଇଁଛ

Minati Pradhan's odia poem Kaincha

ଚାରିପାଦର କଳ୍ପନା ପସରା ମେଲାଇ
ଆଗକୁ ଠୁକୁ ଠୁକୁ ଚାଲିବାର,
ମନ୍ଥର ଗତିରେ ଆକାଶକୁ ଛୁଇଁବାର ନିଶା
ଦ୍ରୁତଗାମୀ ସହଯାତ୍ରୀଙ୍କ ସଫଳତା
ଆଗେ ଫିକା ପଡ଼େ, ଅଦମ୍ୟ ସାହସ ।

କଇଁଛ

କଇଁଛର ଅସ୍ତିତ୍ଵ ଆଉ ଆକୃତି
ଭଳି ନିର୍ଜନରେ ମୁଣ୍ଡ ଟେକେ
ଆସ୍ତେ ଆସ୍ତେ ସୁପ୍ତ ସୃଜନଶୀଳତା ।

ଚାରିପାଦର କଳ୍ପନା ପସରା ମେଲାଇ
ଆଗକୁ ଠୁକୁ ଠୁକୁ ଚାଲିବାର,
ମନ୍ଥର ଗତିରେ ଆକାଶକୁ ଛୁଇଁବାର ନିଶା
ଦ୍ରୁତଗାମୀ ସହଯାତ୍ରୀଙ୍କ ସଫଳତା
ଆଗେ ଫିକା ପଡ଼େ, ଅଦମ୍ୟ ସାହସ ।

କିନ୍ତୁ କେବେ, ଅଜଣା ଆଶଙ୍କାରେ
ହାତ-ପାଦ ସଂସ୍କାର ଦାଇତ୍ତ୍ଵର ପଶେ,
ମଣିଷ ପଣିଆର ଟାଣ ଖୋଳପା ମଧ୍ୟେ
ସଜାଡି ସାଇତି ତାରି ଭିତରେ ରହିବାର ସ୍ଵପ୍ନ
ଅଦୃଶ୍ୟ ସ୍ଵାର୍ଥକୁ କେବେ ନ ଛୁଇଁବାର ନିଶା ,
ଗତିଶୀଳ ଜୀବନ ବି ଭ୍ରମ ସୃଷ୍ଟି କରେ
ନିର୍ଜୀବ ପାଷାଣର
ତା ଉପରେ ପାଦଥାପି କିଏ ହୁଏ ପାରି
ତ’ କିଏ ଝୁଣ୍ଟି ଗାଳି ଦିଏ
ଅଯାଗାରେ ସ୍ଥାନ ନିରୂପଣ ପାଇଁ ।

ଲାଗେ ଧକ୍କା କଇଁଛର ନରମ ମାଂସରେ
ଶକ୍ତ ଖୋଳପାର ସୀମା ଡେଇଁ
ଏବେ ସିନା ବାହରକୁ ନୀରବ ନିଶ୍ଚଳ
ଭିତରେ ତା ଭାବନାର ଉତ୍ତାଳ ତରଂଗ
ସମୟ ଦେଖିବ ଅଟକିଯିବ ,
ଧୀର ପାଣି କାଟୁଛି ପଥର
ଧାବମାନ ଠେକୁଆ ପଛରେ ଅଛନ୍ତି
କଇଁଛ ପହଞ୍ଚିଛି ଲକ୍ଷ୍ୟ ସ୍ଥଳେ ଯାଇ ।

ଲୋକପ୍ରିୟ ଲେଖା

To Top