କବିତା

କଳଙ୍କିତ କବି

Dr Sourya Acharya

କବିର ହୃଦୟ ଅନ୍ଧକାରମୟ
ଉଲଗ୍ନ ଆତ୍ମା ଛାତି ପିଟୁଛି. . .
ଚାତକ ତା’ର ପ୍ରତିଟି ପଦ୍ୟ
ଅସରନ୍ତି ଅନ୍ୟ କୃଷ୍ଣ ଖୋଜୁଛି ।

କଳଙ୍କିତ କବି

କଳଙ୍କିତ କବି, କବିତା, ଲେଖୁଛି,
ବର୍ଣ୍ଣନା ତା’ର ସୁର ନାହିଁ ।
ପଦେ ପଦେ ନୂଆଁ କଳଙ୍କ ଲେପୁଛି. . .
କବିତାର କିନ୍ତୁ ଅନ୍ତ ନାହିଁ ।

ରହସ୍ୟମୟ ତା’ କବିତାର ଅର୍ଥ. . .
କଳୁଷିତ ତା’ର ପଂକ୍ତି ପାଖୁଡ଼ା,
ବେଦନା ଭରା ତା’ କବିତାର ସାର. . .
ଛଳନାର ବନ୍ଧ ମାନୁ ନାହିଁ ।

କଳା କାଳିମାର ଭଗ୍ନ ଦୁଆତ,
ରକତରେ ଲାଲ୍ ତୂଳି ଲେଖନୀ,
ଭେଦି ଚାଲିଅଛି ପଥର ପୃଷ୍ଠା. . .
ପର୍ବତ ଊଣା ପଡୁନାହିଁ ।

ଯୁଗ ଯୁଗ ଧରି ଗାୟନ ଚାଲିଛି,
ଶୁଣାଇ ରାବଣ ଅଖଣ୍ଡ ଗାଥା,
ଚିତ୍କାର କରି କବିତା କାନ୍ଦୁଛି. . .
ଦୁର୍ଯ୍ୟୋଧନର ଗରିମା କଥା ।

କବିର ହୃଦୟ ଅନ୍ଧକାରମୟ
ଉଲଗ୍ନ ଆତ୍ମା ଛାତି ପିଟୁଛି. . .
ଚାତକ ତା’ର ପ୍ରତିଟି ପଦ୍ୟ
ଅସରନ୍ତି ଅନ୍ୟ କୃଷ୍ଣ ଖୋଜୁଛି ।

ଆଲୋଡ଼ନ ଆଜି ମହାବିଶ୍ୱ ବ୍ୟାପି,
ହିଂସ୍ର ବହ୍ନି ଜ୍ୱାଳା କରେ ତାଣ୍ଡବ
ନିର୍ଲଜ ଶ୍ରୋତା ନାଚେ ତା’ର ତାଳେ,
ନପୁଂସକ କବି କରେ ବିଳାପ ।

ଲୋକପ୍ରିୟ ଲେଖା

To Top