କବିତା

କାଳିଆ

ସୁବର୍ଣ୍ଣ ମୁକୁଟ ଦିଶେନା ସୁନ୍ଦର
ଯେ ସୁନ୍ଦର ଦିଶେ ମୟୂର ଚୂଳ
ଶୋଭା ଦିଶେ ନାହିଁ ରତ୍ନସିଂହାସନ
ତୋତେ ଶୋଭା ଦିଶେ କଦମ୍ୱ ଡାଳ ।। ୦ ।।

କାଳିଆ

ସୁବର୍ଣ୍ଣ ମୁକୁଟ ଦିଶେନା ସୁନ୍ଦର
ଯେ ସୁନ୍ଦର ଦିଶେ ମୟୂର ଚୂଳ
ଶୋଭା ଦିଶେ ନାହିଁ ରତ୍ନସିଂହାସନ
ତୋତେ ଶୋଭା ଦିଶେ କଦମ୍ୱ ଡାଳ ।। ୦ ।।

ହାତରେ ଥିଲେ ତୋ ସୁଦର୍ଶନ ଚକ୍ର
ଭୟରେ ମୋ ଆଖି ଯାଉଛି ବୁଜି
ବେଣୁ ବଜାଇଲେ ସେଇ ହାତେ ତୋର
ଭକତିରେ ମନ ଯାଏ ମୋ ମଜ୍ଜି
ପଶା ଖେଳଠାରୁ ଭଲ ଲାଗେ ମତେ
ଗୋପାଳଙ୍କ ସାଙ୍ଗେ ଲଉଡ଼ି ଖେଳ ।। ୧ ।।

ଦ୍ୱାରକା ଉଆସେ ରାଜାଙ୍କ ରାଜା ତୁ
ଗୋପରେ ତୋ ସାଙ୍ଗ ଗୋପୀ ଗୋପାଳ
ପାଟ ଡୋର ଦୋଳି କେମିତି ଖେଳୁଛୁ
ଭୁଲି ବନଲତା କୁଞ୍ଜି ତମାଳ
ରାଧାରାଣୀ ଏକା ଝୁରି ହୁଏ କୁଞ୍ଜେ
ଉଜାଣୀ ବହେନା ଯମୁନା ଜଳ ।। ୨ ।।

ଦଧି ସରଖିଆ ଭୁଲିଗଲୁ ତୁ କି
ନିଳାଚଳେ ଖାଇ ଅମୃତ ଭୋଗ
ଛତିସା ନିଯୋଗୀ ତୋ ମନ ବାନ୍ଧିଲେ
ଭୁଲିଲୁ ଗୋପାଳ ଗୋ-ବତ୍ସାସାଙ୍ଗ
ସେ କହ୍ନେଇ ବେଶ ଧରିବୁକି ଆଉ
ପିନ୍ଧିବୁକି ବନ କୁସୁମ ମାଳ ।। ୩ ।।

ଲୋକପ୍ରିୟ ଲେଖା

To Top