କବିତା

କଳ୍ପନା ଗୋ ..

Manasa Ranjan Subudhi's odia poem Kalpanaa Go

କଳ୍ପନା ଗୋ,
ଲୋକ ମନର କଳ୍ପନା ତୁମେ…..
ରାଜଜେମା ତୁମେ କଳ୍ପନା ରାଇଜେ
କଥା ଅଳସ ଭାଙ୍ଗେ ତୁମ, ଆଖି ନଇଁଯାଏ ଲାଜେ
ଲୁପ୍ତ ନଗରୀର ନବବଧୁ ସାଜି
ପ୍ରତିଧ୍ୱନି ତୁମ ଜୀବିତ ଗୋ ଆଜି
ନାୟିକା ତୁମେ ଯେ ଶତ କିମ୍ବଦନ୍ତୀର
ଲୋକ ମୁଖେ ତୁମ ଗାଥା ପ୍ରଚାର ।

କଳ୍ପନା ଗୋ ..

କଳ୍ପନା ଗୋ,
କବିର କଳ୍ପନା ତୁମେ …..
ରୂପସମ୍ଭାର ତୁମ ମାନସେ ଆଙ୍କି
ଦେଖି ସୌନ୍ଦର୍ଯ୍ୟ ଯା’ର ପୂରେନା ଆଖି
ଦୁନିଆ ଦେଖଇ ଯା’କୁ କବି ଆଖିରେ
ଚାତୁରୀ ଯା’ର ସର୍ବେ ଚକିତ କରେ
ଭୂଷିତ ଯିଏ କୋଟି ଉପମା ଅଳଙ୍କାରେ
ରୂପସୀ, ପ୍ରେୟସୀ, ମହୀୟସୀ ଧରା ପୃଷ୍ଠରେ ।

କଳ୍ପନା ଗୋ,
ଲୋକ ମନର କଳ୍ପନା ତୁମେ…..
ରାଜଜେମା ତୁମେ କଳ୍ପନା ରାଇଜେ
କଥା ଅଳସ ଭାଙ୍ଗେ ତୁମ, ଆଖି ନଇଁଯାଏ ଲାଜେ
ଲୁପ୍ତ ନଗରୀର ନବବଧୁ ସାଜି
ପ୍ରତିଧ୍ୱନି ତୁମ ଜୀବିତ ଗୋ ଆଜି
ନାୟିକା ତୁମେ ଯେ ଶତ କିମ୍ବଦନ୍ତୀର
ଲୋକ ମୁଖେ ତୁମ ଗାଥା ପ୍ରଚାର ।

କଳ୍ପନା ଗୋ,
ଶିଶୁ ମନର କଳ୍ପନା ତୁମେ….
ବୁଢ଼ୀ ଅସୁରୁଣୀ କାହାଣୀରେ ମନ
ପରୀ ରାଇଜରେ କର ବିଚରଣ
ଜହ୍ନମାମୁଁକୁ ହାତ ଠାରି ଡାକ
ନିଜ ଛାଇ ଦେଖି ଭୁତ ବୋଲି ଭାବ
ଶିଶୁଟିଏ ତୁମେ ଅନ୍ତର ଭିତରୁ
ଖିଲିଖିଲି ହସି ଉଠ ବକଟେ କଥାରୁ
ନିଷ୍ପାପ ମନ ତୁମ ନିରୀହ ଚାହାଣି
ମନଜାଣି ପଦିଏ କଥାରେ ଯାଅ ତୁମେ ମାନି ।

କଳ୍ପନା ଗୋ,
ପ୍ରେମିକର କଲ୍ପନା ତୁମେ….
ଭାବନା ମାତ୍ରକେ ଯା’ର ଚଉଦିଗ ମହକେ
କ୍ଷଣିକ ଦର୍ଶନେ ଯା’ର ବିଜୁଳି ଚମକେ
ପଦଧ୍ୱନି ଯା’ର ଆଣେ ମନେ ଶିହରଣ
ଆଲିଙ୍ଗନ ଯା’ର ଖଣ୍ଡପ୍ରଳୟ ସମାନ
ତୁମେ ସେହି ପ୍ରିୟତମା ଜଗତ ମଧ୍ୟରେ
ପ୍ରେମେ ତୁମ ଲଢ଼ିଯିବି ଦୁନିଆ ସାଥିରେ ।

ଲୋକପ୍ରିୟ ଲେଖା

To Top