କବିତା

କରଜ

Binaya Mohapatra's odia poem Karaja

ଆକାଶର ଲୋହିତାଭ ଆଭାରେ,
ଷ୍ପଷ୍ଟ ବାରି ହେଉ ଯାଉଥିଲା,
ଗର୍ଭବତୀ ମାଆର ସେ କମନନୀୟ କାନ୍ତି,
ଆଗନ୍ତୁକର ଆଗମନ ପାଇଁ,

କରଜ

ଆଖି ମୋର ଦୂର ଦିଗନ୍ତ ରେ,
ଡୁବି ଯାଉ ଥିବା ଅସ୍ତ ସୂର୍ଯ୍ୟକୁ,
ନିର୍ମିନେଶ ନୟନ ରେ,
ଏକାଗ୍ର ନିରକ୍ଷଣ କରୁ ଥିଲା ।
ଆଞ୍ଜୁଳାର ପାଣି ସବୁ ଟପ୍ ଟପ୍
ନିଗିଡି ପଡୁଥିଲେ,
ସମୁଦ୍ରର ଅଗାଧ ଜଳରେ,
ଆଉ ମୁହୁର୍ତ୍ତକରେ,
ଆପଣାର ଅସ୍ତିତ୍ୱ ହଜାଇ ଦେଉଥିଲେ ।
ସୁର୍ଯ୍ୟର ଲୋହିତ ଆଭା, ପଶ୍ଚିମ ଆକାଶେ,
ଦିନ ସମାପ୍ତିର, ଘୋଷଣା କରୁଥିଲା ।

ଏଇ କଣ ଦିନର ସମାପ୍ତି,
ନା ନୂତନ ଦିନର ପ୍ରତିଶୃତି?
ଆକାଶର ଲୋହିତାଭ ଆଭାରେ,
ଷ୍ପଷ୍ଟ ବାରି ହେଉ ଯାଉଥିଲା,
ଗର୍ଭବତୀ ମାଆର ସେ କମନନୀୟ କାନ୍ତି,
ଆଗନ୍ତୁକର ଆଗମନ ପାଇଁ,
କେତେ ଉତ୍ସାହିତ ମନ,
ଯଦିବା ଯନ୍ତ୍ରଣାଦାୟୀ ଏ ପିଡା,
ରକ୍ତାକ୍ତ କୁକ୍ଷିର ବେଦନା,
ତଥାପି କେତେ ଉତ୍ସାହିତ ମନ !
ନୂତନକୁ ଆଲିଙ୍ଗନ କରିବାର ଏ ପ୍ରତୀକ୍ଷା ।
ଅସ୍ତ ସୂର୍ଯ୍ୟର ବିଦାୟୀ ନୟନରେ,
କାଲି ପୁଣି ଆସିବାର ଆସ୍ୱାସନ,
ପୁନଶ୍ଚ ଦେଖା ହେବାର ନୀରବ ପ୍ରତିଶୃତି।

କାଲି ତ ନିଶ୍ଚୟ ଆସିବ,
ଆଜିର ଦିନଟି କାଲି ହେବାର ଆଗରୁ,
ମୁଁ ମୋର ବହି ଖାତା ମେଲି ବସିଗଲି,
ହିସାବ ଯୋଡିବା ପାଇଁ,
ଆଜିର ଲାଭ କ୍ଷତିର ତର୍ଜମା ପାଇଁ,
କେତେ କଣ ପାଇଲି ମୁଁ,
ଆଉ କେତେ ପାଇବାର ଆଶା,
ହେଲେ ମୋ ହିସାବ ଖାତାରେ,
ଦେବାର ଘର ଗୁଡିକ ଖାଲି ଖାଲି ଦିଶେ।
ଭାବି ବସେ ଯାହା ବି ପାଇଚି ମୁଁ,
କେହିତ ଦେଇଚି ମୋତେ,
ହେଲେ ପ୍ରତି ବଦଳରେ ଦେଇଛି ମୁଁ କଣ?

ମୋ ପ୍ରତି ଶ୍ୱାସରେ ନେଇ ଥିବା ବାୟୁ,
ସୂର୍ଯ୍ୟର ଆଲୋକ, ଝରଣାର ଜଳ,
କୋଇଲିର ମଧୂର ସଙ୍ଗୀତ,
ଫୁଲର ସେ ମହ ମହ ବାସ,
ପିତାର ସେ ଅବଦାନ, ସ୍ନେହ ଆଶ୍ୱାସନ,
ମାତାର ବାତ୍ସଲ୍ୟ, ପତ୍ନୀର ଅନାବିଳ ପ୍ରେମ,
ସନ୍ତାନର ସେ ହସର ଆନନ୍ଦ,
ମୁଁ ତ ଦେଇନି କିଛି, ମୋ କର୍ତ୍ତବ୍ୟର ଛଡା,
ଧନ୍ୟବାଦ କହି ବି ପାରିନି ।

କେଉଁ ବିଶାଦିତ ମୁଖରେ ହସ ଟିକେ,
କେଉଁ ହତାଶ ମନରେ ଆଶା ଟିକେ,
କେଉଁ ଦୁଃଖି ଜୀବନରେ ସୁଖ ଟିକେ,
ଦେଇ କି ପାରିଛି ମୁଁ ।
ସତରେ, ଭାବିବାକୁ ବିବଶ ହେଇ ଯାଏ ମନ,
ଆତ୍ମା ମୋର ଲଜ୍ୟାରେ ମୁଖନତ କରେ,
ସବୁ ଥାଇ ମୁଁ କେତେ ଯେ କଙ୍ଗାଳ ?
ମନ, ହୃଦୟ, ଶରୀର ମୋ ବିବେକ ଆଖିରେ,
କେତେ ନିଶ୍ୱ କରି ଦିଏ ମୋତେ?

ନୂତନ ଦିବସ ସାଥେ ମନ ମୋର ନିଏ,
ନୂତନ ଶପଥ, ହେ ପ୍ରଭୁ !
ମନେ ମୋର ଦୟା, କ୍ଷମା, ସ୍ନେହ,
ପର ଦୁଃଖେ ଦୁଃଖି ହେବାର ଭାବ ଟିକେ ଦିଅ,
ମୋ ଶରୀର, ମନ ବଚନରେ,
ସାହସ ଓ ଶକ୍ତି ଟିକେ ଦିଅ ।
ଫେରିବା ଆଗରୁ କଡା ଗଣ୍ଡା ହିସାବରେ
କରଜ ମୋ ଶୁଝି ନ ପାରିଲେ ନାହିଁ,
ସୁଧ ଗଣ୍ଡାକ ତ ଦେଇ ପାରିବାର,
ଶକ୍ତି ଓ ସାମର୍ଥ୍ୟ ଟିକେ ଦିଅ ।

ଲୋକପ୍ରିୟ ଲେଖା

To Top