ସୁନାର କଣ୍ଢେଇଦୁଧ ଭାତ ପାଇଁ
କରିବିନି ମୁଁ ଅଳି
ଋଷିବିନି କେବେଖେଳିବା ପାଇଁ କି
ମା ମୁଁ ଝୁଲରେ ଦୋଳି ।।
ଭାଇ ର ଯେତେକପୁରୁଣା ପୋଷାକ
ପିନ୍ଧି ମୁଁ ଚଳେଇ ନେବି
ତୋ ପୁରୁଣା ଶାଢୀପିନ୍ଧି ନେବି ମା
କେବେ ଅଳି ମୁଁ ନ କରିବି ।।
ପୁରୁଣା ବହିରେପଢିନେବି ପାଠ
ନୂଆ ସାଜ ଲୋଡା ନାହିଁ
ମନ ଲଗାଇ ମାପାଠ ମୁଁ ପଢିବି
ତୋତେ ବିଜାର କରିବି ନହିଁ ।।
ନୂତନ ଫ୍ୟାଶନନ କରିବି ମା
ତୋ କଥାରେ ରହିଥିବୀ
ତୋ ମାନ ମହତରଖିବା ପାଇଁକି
ମୋ ଜୀବନ ଦେଇ ଦେବୀ ।।
ରୋଷେଇ ଶାଳାରେସେ ବାଡି ଦୁଆରେ
ତୋ ହାତ ମୁଁ ବଟେଇବି
ନିଜ କାମ ମାନିଜେ ମୁଁ କରିବି
ତୋ ପରେ ବୋଝ ନ ହୋଇବି ।।
ଯାହା ଦେବୁ ତାହାଖାଇ ନେବି ମା
ଲୋଡା ନାହିଁ ମଉନ ଭୋଗ
ତୋ ହାତ ପଖାଳଶାଗ ଭଜାରେ ମା
ମୋର ବଡ ସରାଗ ।।
କି ଆଉ କହିବିତୋ ପାଶେ ରହିବି
ମା ବେଳ ଅବେଳରେ
ଛାଡି ମୁଁ ଜିବିନିକେବେ ହେଁ ମା ଲୋ
ତୋତେ ଦୁଖ ଅପଦରେ ।।
ତୋ ଅଜନ୍ମା କନ୍ୟାଆଶା ର ସେ ବନ୍ୟା
ଏତିକି କରଇ ଅଳି
ଜନ୍ମ ଦିଅ ତାରେମା ତୋ କୋଳରେ
ଦିଅନା ତାର ବଳି ଦିଅନା ତାର ବଳି ।।