କବିତା

କର୍ମଫଳ

Odia Author Chandravanu Malik

ଲୋଭାସକ୍ତ ହୋଇ,
ଗୋଟେ ପରେ ଗୋଟେ,
ପାପର ମଞ୍ଜି ବୁଣିଗଲେ,
ନଷ୍ଟ ହୁଏନି ତା’ ରଜ,
ଅଙ୍କୁରିତ ହୋଇ,

କର୍ମଫଳ

ଜୀବନର କ୍ଷେତ. . .
ଏକ ଅପୂର୍ବ କୃଷିକ୍ଷେତ୍ର,
ଯହିଁ ନ ଥାଏ ଧୋଇ ମରୁଡ଼ି,
ଗୋଟିଏ ବୀଜ ପଡ଼ିଲେ,
ଶତଗୁଣା ଅମଳ ହୁଏ. . .

ଲୋଭାସକ୍ତ ହୋଇ,
ଗୋଟେ ପରେ ଗୋଟେ,
ପାପର ମଞ୍ଜି ବୁଣିଗଲେ,
ନଷ୍ଟ ହୁଏନି ତା’ ରଜ,
ଅଙ୍କୁରିତ ହୋଇ,
ଦିନେ ବିଶାଳ ବୃକ୍ଷର ରୂପ ନିଏ
ଏ ଜନ୍ମେ ହେଉ ଅବା ଆର ଜନ୍ମେ,
ସେ ପାପ ପସରାକୁ
ବୋହିବାକୁ ହୁଏ. . .

ଗୋଟିଏ ଜନ୍ମ
ପୂଣ୍ୟର ବିହନ ବୁଣି,
ସତ୍କର୍ମରେ ଚାରାର ଯତ୍ନ ନେଲେ,
ଶହେ ଜନ୍ମଯାଏ,
ଜନ୍ମ ମୃତ୍ୟୁର ଚକ୍ରରୁ,
ବିରତି ମିଳେ. . .,
ଦେବଗଣଙ୍କ ସହ,
କର୍ମଫଳ ଭୁଞ୍ଜିବାର ସୁଯୋଗ ମଧ୍ୟ. . . ।

ଲୋକପ୍ରିୟ ଲେଖା

To Top