କବିତା

ଖଦ୍ୟୋତ ଓ ସୂର୍ଯ୍ୟ

Priyanka Mishra's odia poem Khadyota O Surjya

ସୂର୍ଯ୍ୟତେଜ ସହ ତା’ର କ୍ଷୁଦ୍ର ଜ୍ୟୋତିକୁ
ତୁଳନା ପାଇଁ ତା’ର ସମୟ ନାହିଁ. . .
ସୃଷ୍ଟିପାଇଁ ତା’ର କର୍ତ୍ତବ୍ୟ କରିବାର

ଖଦ୍ୟୋତ ଓ ସୂର୍ଯ୍ୟ

ପୂର୍ବାକାଶର ବକ୍ଷଭେଦି, ତମସାର ସତ୍ତା ବିଲୀନ କରି
ବିଶ୍ୱକୁ ପ୍ରାଣମୟ ରଖିବାର ପ୍ରତିଜ୍ଞାବଦ୍ଧ,
କାଳଜୟୀ ସୂର୍ଯ୍ୟ ଉଦୟ ହେଲେ. . .
ବୃକ୍ଷର ପତ୍ରସନ୍ଧିରୁ ଉଙ୍କିମାରି
ଦେଖିଲା ଖଦ୍ୟୋତ. . .
ନିରାଶା ତାକୁ ସ୍ପର୍ଶ କରିବାରେ ବିଫଳ,
ଭୟ ତା’ ନିକଟରେ ପରାଜିତ. . .
ସୂର୍ଯ୍ୟତେଜ ସହ ତା’ର କ୍ଷୁଦ୍ର ଜ୍ୟୋତିକୁ
ତୁଳନା ପାଇଁ ତା’ର ସମୟ ନାହିଁ. . .
ସୃଷ୍ଟିପାଇଁ ତା’ର କର୍ତ୍ତବ୍ୟ କରିବାର
ଉପଯୁକ୍ତ ସମୟ ପାଇଁ ଅପେକ୍ଷା କରି ବସିଲା. . .
ସୂର୍ଯ୍ୟାସ୍ତ ହୁଅନ୍ତେ- ଚତୁର୍ଦ୍ଦିଗ ନିଶାଚ୍ଛନ୍ନ ହେଲା
ତା’ର ଟିକିଟିକି ଡେଣା ଛାଟି ଅଫୁରନ୍ତ ଉତ୍ସାହ
ନେଇ ଉଡ଼ିଲା ଈଶ୍ୱରଦତ୍ତ ଆଲୋକ ଟିକକ
ବିଶ୍ୱବାସୀଙ୍କ ନିକଟରେ ପହେଞ୍ଚଇବା ପାଇଁ
ଭୟଭୀତ ହୋଇଉଠିଲା ଅନ୍ଧକାର ।

ଲୋକପ୍ରିୟ ଲେଖା

To Top