କବିତା

ଖୋଜିବାକୁ ସମୟ ମିଳୁନି

Priyanka Priyadarshani Mishra's odia poem Khojibaku Samaya Miluni

ଆମ ବିଲହିଡ଼ର ବାଲିଛତୁରେ,
ସାଧବ ବୋହୂର ଲାଲ୍ ରଙ୍ଗରେ,
ଘର ଅଗଣାର କାଗଜ ଡଙ୍ଗାରେ,
ଲୁଚି ଯାଇଛି ଶ୍ରାବଣ. . . ।
ରାମଲୀଳା ନାଟକ ମଞ୍ଚରେ,
ଅଜାଙ୍କର ଗପମୁଣିରେ,
ମା’ ବାଢ଼ିଦେଲା ପଖାଳ କଂସାରେ,
ଲୁଚିଯାଇଛି ଗ୍ରୀଷ୍ମ ଅବକାଶ. . . ।

ଖୋଜିବାକୁ ସମୟ ମିଳୁନି

ସେଇ ସବୁଜିମାଭରା ଗାଁରେ,
ଅଙ୍କାବଙ୍କା ଗ୍ରାମପଥରେ,
ଜେଜେବାପାଙ୍କ ମାମା ଡାକରେ,
ଲୁଚିଯାଇଛି ଶୈଶବ ।
ଗାଁ ସ୍କୁଲ୍‌ଘର ଭିତରେ,
କ୍ଷେତର ପାଚିଲା ଧାନକେଣ୍ଡାରେ,
ସାଙ୍ଗସାଥି ସହ ଲୁଚକାଳି ଖେଳରେ
ଲୁଚିଯାଇଛି କୈଶୋର ।

ଆମ ବିଲହିଡ଼ର ବାଲିଛତୁରେ,
ସାଧବ ବୋହୂର ଲାଲ୍ ରଙ୍ଗରେ,
ଘର ଅଗଣାର କାଗଜ ଡଙ୍ଗାରେ,
ଲୁଚି ଯାଇଛି ଶ୍ରାବଣ. . . ।
ରାମଲୀଳା ନାଟକ ମଞ୍ଚରେ,
ଅଜାଙ୍କର ଗପମୁଣିରେ,
ମା’ ବାଢ଼ିଦେଲା ପଖାଳ କଂସାରେ,
ଲୁଚିଯାଇଛି ଗ୍ରୀଷ୍ମ ଅବକାଶ. . . ।

ପଡ଼ିଶାଘର କୁକୁଡ଼ାର ଡାକରେ,
ମନ୍ଦିର ଘଣ୍ଟଶଙ୍ଖ ଧ୍ୱନିରେ,
ଛବିଳ ମଧୁବର୍ଣ୍ଣବୋଧ ବହିରେ,
ଲୁଚିଯାଇଛି ସକାଳ ।
ଗାଁ ମୁଣ୍ଡ ବରା ଦୋକାନରେ,
ପୋଖରୀ ପାଖ ଆମ୍ୱ, ପିଜୁଳି, କୋଳିଗଛରେ,
ଗୋରୁଗାଈଙ୍କ ଗୋଠବାହୁଡ଼ାବେଳ ହମ୍ୱାରଡ଼ିରେ,
ଲୁଚିଯାଇଛି ସୂର୍ଯ୍ୟାସ୍ତର ପୂର୍ବ କିଛିକ୍ଷଣ ।

 

 

 

ଲୋକପ୍ରିୟ ଲେଖା

To Top