କବିତା

ଖୁସୀ

Deepak Baral's odia poem Khusi

ଯେଉଁଠି ସୂର୍ଯ୍ୟ ର ପ୍ରଥମ କିରଣ ରେ ଆଶା ସକାଳ ଊଂଉଥିବ
ଜହ୍ନ କିରଣ ରେ ଧୋଇ ହୋଇ ଘନ ଘୋର ଅନ୍ଧାର ଧାଉଁଥିବ
କେବେ ଖରା ଆଉ କେବେ ଛାଇ ଖେଳୁଥିବ

ଖୁସୀ

ଚାଲ ଯିବା ଆମେ ମିଶି ସେଇ ଆକାଶ ଗର୍ଭକୁ
ଯେଉଁଠି ଦୁଃଖ ନଥିବ ଲୁହ ନଥିବ
ଖାଲି ସ୍ନେହ ଆଉ ପ୍ରେମ ଭରିଥିବ …

ଯେଉଁଠି ସୂର୍ଯ୍ୟ ର ପ୍ରଥମ କିରଣ ରେ ଆଶା ସକାଳ ଊଂଉଥିବ
ଜହ୍ନ କିରଣ ରେ ଧୋଇ ହୋଇ ଘନ ଘୋର ଅନ୍ଧାର ଧାଉଁଥିବ
କେବେ ଖରା ଆଉ କେବେ ଛାଇ ଖେଳୁଥିବ
ଲମ୍ବା ରାସ୍ତା ଜଣା ପଡୁନଥିବ …
ସେଠି ଦୁଃଖ ନଥିବ ଲୁହ ନଥିବ
ଖାଲି ସ୍ନେହ ଆଉ ପ୍ରେମ ଭରିଥିବ ।

ଯେଉଁଠି ପୁରା ଧରିତ୍ରୀ ଆମର ହୋଇଥିବ ସବୁ ସନ୍ଦର୍ଯ୍ୟ ଭରି ରହିଥିବ
ପବନ ର ସ୍ପର୍ଶ ରେ ନଦୀ ଲହଡି ସହିତ ଖେଳୁଥିବ
ପକ୍ଷୀ ର କିଚିର ମିଚିର ଶବଦ ରେ ସଂଗୀତ ଭାସି ଆସୁଥିବ
କେବେ ବଂଶୀ ର ଧ୍ୱନି ପୁଣି କେବେ ରାଜା ଦୁଲଣୀ
କାହାଣୀ ଶୁଣେଇ ଯାଉଥିବ…
ସେଠି ଦୁଃଖ ନଥିବ ଲୁହ ନଥିବ
ଖାଲି ସ୍ନେହ ଆଉ ପ୍ରେମ ଭରିଥିବ ।

ଯେଉଁଠି ଦୂର ନଜର ଦୌଡୁଥିବ ସ୍ୱାଧୀନ ଗଗନ ଲହଡି ମାରୁଥିବ
ଆଉ ରଙ୍ଗ ବେରଙ୍ଗ ପକ୍ଷୀ ଆଶା ର ବାର୍ତା ଆଣୁଥିବ
କେବେ ସ୍ୱପ୍ନରେ ବଢୁଥିବା ପୁଣି ହସି ହସି ଉଡୁଥିବା
ସଂଜ ପୁଣି ନଇଁ ନଇଁ ଆସୁଥିବ…
ସେଠି ଦୁଃଖ ନଥିବ ଲୁହ ନଥିବ
ଖାଲି ସ୍ନେହ ଆଉ ପ୍ରେମ ଭରିଥିବ ।

1 Comment

1 Comment

  1. Sarfraaz Yousuf

    December 25, 2017 at 11:19 pm

    You went us an awosome universe with your word,it’s extremely beyond of imagination.Now this right time you people’s will take care of our culture and proud to being an odia.Desparatly looking forward your next one. God bless you

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top