କବିତା

କି ପ୍ରକାର ଦେଶ ଇଏ?

Mohana Chandra Bisoyee's odia poem Ki Prakaar Desha Ie

କି ପ୍ରକାର ଦେଶ ଇଏ ?
ଜେଉଁ ଦେଶେ ଆଜି ଅନାଥ ଛୁଆଟି ଭିକ୍ଷା ମାଗି ମାଗି ରାସ୍ତା କଡ଼ରେ ବୁଲୁଥାଏ,
ସେହି ଦେଶେ ପୁଣି କୁକୁର ଛୁଆଟି ଏସି ଗାଡିରେ ବୁଲି ବାବୁ ବାବୁଆଣି କୋଳେ ସୁଏ ।

କି ପ୍ରକାର ଦେଶ ଇଏ?

କି ପ୍ରକାର ଦେଶ ଇଏ ?
ଜେଉଁ ଦେଶେ ଆଜି ଅନାଥ ଛୁଆଟି ଭିକ୍ଷା ମାଗି ମାଗି ରାସ୍ତା କଡ଼ରେ ବୁଲୁଥାଏ,
ସେହି ଦେଶେ ପୁଣି କୁକୁର ଛୁଆଟି ଏସି ଗାଡିରେ ବୁଲି ବାବୁ ବାବୁଆଣି କୋଳେ ସୁଏ ।

କି ପ୍ରକାର ଦେଶ ଇଏ ?
ଯେଉଁ ଦେଶେ ମଣିଷ ଭୋକ ବିକଳରେ ଅଳିଆ ଗଦାରୁ ଅଇଁଠା ଉଠାଇ ଖାଏ,
ସେହି ଦେଶେ ପୁଣି କୁକୁରଟେ ପାଇଁ ନିଇତୀ ଦୁଧ୍ଧ ମାସଂ ପ୍ରସ୍ତୁତ ହୋଇଥାଏ ।

କି ପ୍ରକାର ଦେଶ ଇଏ ?
ମନ୍ଦିର ବାହାରେ ଥିବା ଭିକାରୀଙ୍କୁ ଟଙ୍କାଟେ ଦେବାକୁ ଜିଏ କୁଣ୍ଠାବୋଧ କରୁଥାଏ,
ସେ ପୁଣି ମନ୍ଦିର ଭିତରେ ଥିବା ନନାଙ୍କୁ ଶହ ଶହ ଟଙ୍କା ଦଖିଣା ଧରାଇ ଦିଏ ।

କି ପ୍ରକାର ଦେଶ ଇଏ?
ଜେଉଁ ଦେଶେ ମଣିଷ ସାଧୂ ବାବାଙ୍କର ପାଦଧୁଆ ପାଣିକୁ ନିଜ ମୁଣ୍ଡରେ ଲଗାଇ ଥାଏ,
ସେହି ଲୋକ ପୁଣି ନିଜକୁ ଜନ୍ମ ଦେଇଥିବା ପିତା ମାତାଙ୍କୁ ବୃଦ୍ଧାଶ୍ରମରେ ଛାଡିଦିଏ ।

କି ପ୍ରକାର ଦେଶ ଇଏ?
ଜେଉଁ ଦେଶେ ଶିଳ୍ପ ସାମଗ୍ରୀ ମାନଙ୍କର ଲାଭାନୁରପକ ମୂଲ୍ୟ ଧାର୍ଯ୍ୟ ହୋଇଥାଏ,
ସେହି ଦେଶେ ପୁଣି ଗରିବ ଚାଷୀଙ୍କର ଝାଳବୁହା ଧନକୁ ମୂଲଚାଲ କରାଯାଏ ।

କି ପ୍ରକାର ଦେଶ ଇଏ ?
କୋଟି କୋଟି ଟକାଁ ଋଣ ନ ସୁଝି ମାଲ୍ୟା, ନୀରବ ଭଳି ଲୋକ ବିଦେଶ ବୁଲୁଥାଏ,
ଋଣ କରି ପରିଷୋଧି ନ ପାରଲେ ଗରିବ ଚାଷୀଟି ଏଠି ଆତ୍ମହତ୍ୟା କରିଦିଏ ।

କି ପ୍ରକାର ଦେଶ ଇଏ ?
ଗରିବ ମେଧାବୀ ପିଲାଟି ଜେଉଁଠି ଚାକିରୀ ପାଏନି ତାର ଦାଦନରେ ଦିନ ଯାଏ,
କୋଟାରେ କିମ୍ବା ଲାଂଚ ଦେଉଥିବ ଜିଏ ମୁରୁଖ ହେଲେବି ଚାକିରୀ ପାଇବ ସିଏ ।

କି ପ୍ରକାର ଦେଶ ଇଏ ?
ସମସ୍ତେ କହନ୍ତି “ଦେଶକୁ ସୁଧାର, ଦେଶକୁ ସୁଧାର” ଏଠି ସୁଧାରିବ ଅବା କିଏ ?
କହି ପାରିବକି କେହି ଏ ଧରା ଧାମରେ ନୀଜେ ନ ମରୁଣୁ ସ୍ବର୍ଗକୁ ଦେଖିଛି କିଏ ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top