କବିତା

କି ସୁରେ ଡାକିବି ତୋତେ !

Niranjan Jena's odia poem Ki Sure Daakibi Tote !

ପବନରୁ ସାଉଁଟୁଛି ତୋରି ନିଃଶ୍ୱାସ
ଗହଳିରୁ ଖୋଜୁଛି ମୁଁ ତୋରି ରୂପ
ଯୁଆଡ଼େ ଚାହିଁଲେ ଖାଲି ତତେ ମୁଁ ଦେଖୁଛି
କବିତାରେ ଲେଖି ବସେ ତୋ ପ୍ରୀତିଭାଷ ।

କି ସୁରେ ଡାକିବି ତୋତେ !

ପବନ ଖୋଲି ଦେଲା ତୋଅରି ଗୁମର
ପବନ ଭସେଇ ନେଲା ସୁଖର ବାଦଲ
ପବନ ସାଜିଲା ଦାଉ ମୋ ପ୍ରେମ ସାଥିରେ
ସେଇ ଦିନୁ କିଛି ମୁଁ ଛାତିକି ପଥର ।

ପବନରୁ ସାଉଁଟୁଛି ତୋରି ନିଃଶ୍ୱାସ
ଗହଳିରୁ ଖୋଜୁଛି ମୁଁ ତୋରି ରୂପ
ଯୁଆଡ଼େ ଚାହିଁଲେ ଖାଲି ତତେ ମୁଁ ଦେଖୁଛି
କବିତାରେ ଲେଖି ବସେ ତୋ ପ୍ରୀତିଭାଷ ।

ପୁରୁଣା ଚିଠିରୁ ପଢେ଼ ପ୍ରେମ, ଅଭିମାନ
ପ୍ରେମ ତୋର କାଗଜର ଚିଠିର ଅକ୍ଷର
କେମିତି ସେ ଅନୁରାଗ ପାଣିଚିଆ ହେଲା
ଆଖି ଲୁହେ ଭାସେ ମୋର ସୁନେଲି ଫଗୁଣ ।

କେମିତି ବା ଜାଣିଥାନ୍ତି ଭଲା
ବସା ଛାଡ଼ି ଉଡ଼ିଯିବା ପକ୍ଷୀର ଠିକଣା,
କି ସୁରେ ଡାକିଲେ ସତେ ପକ୍ଷୀ ଫେରେ ଘରେ
ସେତକ ଜାଣିନି ବୋଲି ଏକଲା ବାଆଁରା ।

ଲୋକପ୍ରିୟ ଲେଖା

To Top