କବିତା

କ୍ଳିଷ୍ଟତା

Gupteshwar Nanda's odia poem Klishtataa

ପୁଣି କେତେବେଳେ କଳୁଷିତ କରେ
ଲେଖାଟିରେ ଭରି ଦ୍ୱିଅର୍ଥ
ପାଠକ ପଢ଼ି ଦ୍ୱନ୍ଦରେ ପଡେ
ସ୍ରଷ୍ଟାର ଅଛି ଏଠି କି’ ସ୍ଵାର୍ଥ ?

କ୍ଳିଷ୍ଟତା

ଲେଖାରେ କ୍ଳିଷ୍ଟତା ଭରି ନିଶରେ
ଆଉଁସେ ଯିଏ ହାତ
ପାଠକ ବୁଝୁ କି ନ ବୁଝୁ,ଏତିକିରେ
ହଜମ ହୁଏ ତା’ର ଭାତ ।

ପୁଣି କେତେବେଳେ କଳୁଷିତ କରେ
ଲେଖାଟିରେ ଭରି ଦ୍ୱିଅର୍ଥ
ପାଠକ ପଢ଼ି ଦ୍ୱନ୍ଦରେ ପଡେ
ସ୍ରଷ୍ଟାର ଅଛି ଏଠି କି’ ସ୍ଵାର୍ଥ ?

ଲେଖାଟିର ଭାବର ଅର୍ଥ ଯଦି
ସବୁ ଶ୍ରେଣୀର ପାଠକ ପାଇଁ ନୁହଁ
ତେବେ ନିଶ୍ଚିତ ଭାବେ ଏହା କୁହାଯାଇପାରେ
ଭାବକୁ ସୀମିତ କଲା ଲେଖାର କର୍କଶ ମୁହଁ ।

ଲେଖାକୁ ଯଦି ଏତେ କ୍ଳିଷ୍ଟ କରିବାକୁ ରହିଛି
ତୁମ୍ଭ ମାନଙ୍କର ମନ
ତୁମ ରଚନାରେ ସ୍ଥାନୀତ କର ବନ୍ଧୁଗଣ
ଚାଇନିଜ୍ ଭାଷାର ଅକ୍ଷର ମାନ ।

ଏତିକିରେ ତମ ଲେଖାର ଅର୍ଥକୁ
(ତମ ଛଡା ବୋଧେ) କେହି ପାରିବେନି ବୁଝି
ଅର୍ଥ ବୁଝିବାକୁ ପାଠକ ଚାହିଁଲେ ନିଶ୍ଚୟ ଆସିବ
ତମ ପାଖକୁ, କାଲି ନହେଲେ ଆଜି ।

ତା’ପରେ ତମକୁ ନିଶ୍ଚୟ ମିଳିବ ଜାଣ
କ୍ଳିଷ୍ଟ ଲେଖକର ପଦମର୍ଯ୍ୟାଦା
ଯହିଁ ରହିଥିବ ଅପଯଶର ଚିହ୍ନ ।

ଲେଖାଟି ତ ତମର ନୁହଁ ,ଈଶ୍ୱର ଦତ୍ତ
ତୁମେ କେବଳ ମାଧ୍ୟମ ମାତ୍ର
ତେଣୁ ଅନୁରୋଧ ବନ୍ଧୁଗଣ ତମ କ୍ଳିଷ୍ଟତା ରହିତ ଲେଖାକୁ
ପଢି ବୁଝନ୍ତୁ ଭାଷାର ପାଠକ ସର୍ବତ୍ର ।

ଲୋକପ୍ରିୟ ଲେଖା

To Top