କବିତା

କୋଣାର୍କ

Shachi Kanta Khuntia's odia poem Konark

ଆଉ କାହାର ଦୁଇଟିଯାକ ଗୋଡ଼ ବା ଅଧେ ପାଦ,
ବିକୃତ ଗଢ଼ଣ ! ଅଧା ମୁହଁ, ଅନ୍ଧ, ପଙ୍ଗୁ କଳେବର
ଦୁଇ ଓଠ ଧାରେ କିନ୍ତୁ ସେ ହସ ଆଜିବି ଅଛି ତ !

କୋଣାର୍କ

ଅନେକ ସମୟରେ ହାତ ଧରାଧରି
ହୋଇ ଚାଲନ୍ତି ସେମାନେ ସମୁଦ୍ର ବାଲିରେ
ଚନ୍ଦ୍ରଭାଗା କୂଳେ କୂଳେ ନିଃଶବ୍ଦରେ
କାହିଁ କେହି ନଥିବା ବେଳରେ !
କାହାର ଗୋଟେ ହାତ ନାହିଁ ତ ?
ଆଉ କାହାର ଦୁଇଟିଯାକ ଗୋଡ଼ ବା ଅଧେ ପାଦ,
ବିକୃତ ଗଢ଼ଣ ! ଅଧା ମୁହଁ, ଅନ୍ଧ, ପଙ୍ଗୁ କଳେବର
ଦୁଇ ଓଠ ଧାରେ କିନ୍ତୁ ସେ ହସ ଆଜିବି ଅଛି ତ !
ଜଣେ ଜଣଙ୍କ ଆଶାବାଡ଼ି, କୋଳାକୋଳି
ନବରଙ୍ଗ ହସର ତରଙ୍ଗେ, ହାରୁଥାନ୍ତି
ପୂଞ୍ଜୀଭୂତ ଯେତେସବୁ ଦୁଃଖର ବସ୍ତାନି ।

କିଏ ତା’ର ଖୋଜୁଥାଏ ହଜିଲା ପାଉଁଜି ?
ତ ଆଉ କିଏ ପିନ୍ଧାବସ୍ତ୍ର ରହିଲା କେଉଁଠି ?
କିଏ ଅବା ବାଲିଗରଡ଼ାରୁ ବାରୁଛି ତା’ ପଦଧ୍ୱନି
ଏଠାକୁ ସେ ଆସିଲା କେମିତି
ଠିକଣା ହଜାଇ ସାରିଥିବା ନୃତ୍ୟରତା ରମଣୀଏ
ଅଲୋଡ଼ା ଅତିଥି ପରି ବନ୍ଦୀଏଠି
ଜଣାନାହିଁ ମୁକୁଳିବେ ଏଠାରୁ କେମିତି ?

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top