କବିତା

କୃଷ୍ଣଚୂଡ଼ା ଓ ତୁମେ

Matrudatta Mohanty's odia poem Krushnachooda O Tume

ମୁଁ କିନ୍ତୁ ସେମିତି ନିରବ ନିଶ୍ଚଳ
ନିର୍ଜୀବ ଦାରୁ ପରି
ତୁମ ମନସ୍କ ହୋଇ ଛିଡ଼ା ହୋଇଥିଲି,

କୃଷ୍ଣଚୂଡ଼ା ଓ ତୁମେ

ତୁମେ ଆସିବାର ଠିକ୍ ପୂର୍ବରୁ
ମୋ ସହ ସମ୍ପର୍କ ଯୋଡୁଥିଲା କୃଷ୍ଣଚୂଡ଼ା,
ମୋତେ ଇସାରା ଦେଉଥିଲା
ତା’ ସହ କଥା ହେବା ପାଇଁ ।
ମୋ ଆଡ଼କୁ ଝୁଙ୍କି ପଡୁଥିଲା
ମୋ ଦେହର ଛୁଇଁବା ପାଇଁ ।

ମୋତେ ବ୍ୟସ୍ତ କରୁଥିଲା
ନିଜେ ବ୍ୟଗ୍ର ହେଉଥିଲା,
ମୋ ଆଡ଼କୁ ଘୁଞ୍ଚି ଆସିବାକୁ
ଲକ୍ଷେ ପ୍ରୟାସ କରୁଥିଲା,
ମୋ ଉଦାସ ମୁହଁକୁ କଣେଇ ଚାହୁଁଥିଲା ।
ଆକାଶକୁ, ପବନକୁ, ବାଦଲକୁ, ଘାସଫୁଲକୁ
ଥର ଥର କରି ପଚାରୁଥିଲା
ମୋ ନିରବତା ବିଷୟରେ ।

ମୁଁ କିନ୍ତୁ ସେମିତି ନିରବ ନିଶ୍ଚଳ
ନିର୍ଜୀବ ଦାରୁ ପରି
ତୁମ ମନସ୍କ ହୋଇ ଛିଡ଼ା ହୋଇଥିଲି,
ମାଟିରେ ପାଣିରେ ପବନରେ
ପୁଣି ଶୂନ୍ୟରେ
ତୁମ ଛାଇ ଖୋଜି ବୁଲୁଥିଲି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top