ପ୍ରକୃତି କାନ୍ଦୁଛି ଭୋ ଭୋ ହୋଇ
ଧରିତ୍ରୀ କାନ୍ଦଇ ଲୁଚି ,
ନବୁଝି ମଣିଷ ହସୁ ଥାଏ ଖାଲି
ବୁଝି ପାରେ ନାହିଁ କିଛି ।
କୁଆଁର ପୁନେଇ ଜହ୍ନକୁ ଦେଖିଲେ
ଲାଜ ଲାଗେ ଆଜି କାହିଁ,
କୁଆଁରୀ ନାହାନ୍ତି ଗାଆଁର ଦାଣ୍ଡରେ
ପାଳଭୂତ ଦେଖା ନାହିଁ ।
କୁଆଁର ପୁନେଇ ଗୀତ ଶୁଭୁ ନାହିଁ
ଗା ଆଁ ଦାଣ୍ଡେ ସଞ୍ଜ ବେଳେ,
ଟିଭିରେ ଖୋଜନ୍ତି ଗାଆଁର କୁଆଁରୀ
ପରୀ ଦବ କେତେ ବେଳେ ।
ଟିଭି ଦେଖି ଦେଖି ଫେସନ କରନ୍ତି
ଗାଆଁର କୁଆଁରୀ ଯେତେ,
ରଜ କୁଇନ ଓ ନୂଆ ହିରୋଇନ
ତାଙ୍କ ଲକ୍ଷ୍ୟସ୍ଥଳ ସତେ ।
କୁମାର ମିଳନ୍ତି ଅତି ସହଜରେ
ଓଷା ବ୍ରତ କିଆଁ ଲୋଡ଼ା,
ଆଜିର କୁଆଁରୀ ଦିଏ ଏ ସ୍ଲୋଗାନ
ମୁହଁ ତାର ପାଣିଛଡ଼ା ।
ନିର୍ଲଜ ଜହ୍ନର କାମ କିଛି ନାହିଁ
ପଇନ୍ତରା ମାରେ ଖାଲି,
ବେହିଆ ମୁହଁରେ ହସୁଥାଏ ଖାଲି
ଚାହିଁକିସେ ମରୁ ବାଲି ।