କବିତା

କୁକୁଡ଼ା ପ୍ରତି

Dibakar Sahoo's odia poem Kukudaa Prati

ହିସାବ କରି ଦେଖିଛୁ ।
କେବଳ ସରଳ ବିଶ୍ୱାସ ଯାହା
ମଣିଷ ଉପରେ ରଖିଛୁ ।

କୁକୁଡ଼ା ପ୍ରତି

ମହୁମାଛିଟି ହୋଇଲା ଦାନୀ
ସଞ୍ଚିବ କରି ଦାନ ।
ନିଜ ଜୀବନ ଉତ୍ସର୍ଗ କରି
କରୁ କିମ୍ପା ଅଭିମାନ
ଦେଖୁଛିରେ ଜଣେ ଦେଖୁଛି
ମଣିଷ କରୁଛି ଛଳନା ଯାହା
ତୋ ପାଇଁ ଦି’ପଦ ଲେଖୁଛି ।

ଚିମୁଟିଏ ଖୁଦ ଥୁପ ପକାଇ
ଆଶ୍ରୟ ଦେଲା ଘରେ
ନିରାପଦ ଭାବି ଦେଇଗଲୁ ଅଣ୍ଡା
ଦୁଷ୍ଟ ଜୀବଙ୍କ ଡରେ ।
ହିସାବ କରି ଦେଖିଛୁ ।
କେବଳ ସରଳ ବିଶ୍ୱାସ ଯାହା
ମଣିଷ ଉପରେ ରଖିଛୁ ।

ପ୍ରସବ କଷ୍ଟ ସହି ସହି ତୁ
ଏକୋଇଶ ଦିନ କାଳ
ଅନାହାରେ ଅବା ଅର୍ଦ୍ଧାହାରେ ରହି
ଜଗିଲୁ ତୋର ଥାଳ
ପ୍ରବୀଣା ଧାଇ ପରି
ଫୁଟାଇଲୁ ଅଣ୍ଡା ସାବକ ମେଳେ
କୋଳଗଲା ତୋର ପୁରି ।।

ନିଜ ନ ଖାଇ ଖୁଆଉ ଛୁଆଙ୍କୁ
ଥଣ୍ଟରେ ତିରଣ ଧରି ।
ଶାତ ଯତ୍ନେ ତୋରି ମାତୃତ୍ୱ
ସେନେହ ପଡ଼ଇ ଝରି ।
ଖାଦକ ସହ ଲଢୁ
ନିଜ ଜୀବନ ବାଜି ଲଗାଇ
ପିଲାଙ୍କ ହିତେ ତଡୁ ।।

ତୋ ପିଲାଙ୍କ ପାଇଁ ତୋରି ମମତା
ବୁଝୁଛୁ ଏଠି କିଏ ?
ଯେତେ ଭଲଦିନ ବାହା ଭୋଜି ଅବା
ଆସିଲେ କୁଣିଆଟିଏ ।
ତୋ ସନ୍ତାନ ପଡେ଼ ବଳି
ସ୍ୱାର୍ଥେ ମାନବ ହୋଇଛି ଅନ୍ଧ
ପାରୁନୁ କିମ୍ପା କଳି ।

ମଣିଷ ତତେ ଖାଉଛି ଯାହା
ତାମସ ପରିପୂର୍ଣ୍ଣ
ଜିହ୍ୱା ଲାଳସା ମେଣ୍ଟାଏ ତାହା
ହୃଦୟ କରେ କ୍ଷୁର୍ଣ୍ଣ
ହିଂସ୍ର ବିଚାର କରି,
ସତ୍ୟ, ଶାନ୍ତି ଦୟାର ପଥ
ପାରୁନି ଅନୁସରି ।।

ଲୋକପ୍ରିୟ ଲେଖା

To Top