କବିତା

ଲାଗୁଛି

Dr Nilamadhab Kar's odia poem Laaguchhi

ଲାଗୁଛି
ତମେ ଉଭେଇ ଯାଉଛ
ସମୁଦ୍ର ଭିତରେ,
ଭଟ୍ଟା ପରି
ନୀରବରେ ।

ଲାଗୁଛି

ଲାଗୁଛି
ତମେ ଉଭେଇ ଯାଉଛ
ସମୁଦ୍ର ଭିତରେ,
ଭଟ୍ଟା ପରି
ନୀରବରେ ।

ଲାଗୁଛି
ମୋତେ ହୁଏତ
ଭୁଲି ଯିବାକୁ ହେବ
ତୁମକୁ
କେହି ନ ଜାଣିବା ପରି
ନୀରବରେ
ଦିନ ଯାଇ ରାତି
ଆଉ ରାତି ପରେ
ଦିନ ଆସିବା ପରି ।

ଲାଗୁଛି
ଦି ଘଡ଼ି ରାତିରେ
କାଲି ତମେ
ପୁଣି ଉଇଁବ (ଏବଂ)
ଧୀର ପରଶରେ
ସ୍ମୃତି ସବୁ
ସିଞ୍ଚି ଦେଇ ଯିବ ।

ଲାଗୁଛି
କାଳ କାଳ
ଏଇମିତି ଚାଲିଥିବ
ଲୁଚକାଳି
ଚନ୍ଦ୍ର ପରି, ସୂର୍ଯ୍ୟ ପରି
ତମ ସ୍ମୃତିର ବି
ଉଦୟ ଓ ଅସ୍ତ ହେଉଥିବ
ମୋ ବିଜନ ଦିଗବଳୟରେ ।

ଲୋକପ୍ରିୟ ଲେଖା

To Top