କବିତା

ଲାଜ ଲାଗେ

Prafulla Tripathy's Odia Poem LAAJA LAAGE

ତମକୁ ଦେଖିଲେ ଏତେ ନିଜର ନିଜର ଲାଗ
ହେଲେ ବି ଏ ମନକଥା
କହିବାକୁ ଲାଗେ ଲାଜ ।।

ଲାଜ ଲାଗେ

ତମକୁ ଦେଖିଲେ ଏତେ ନିଜର ନିଜର ଲାଗ
ହେଲେ ବି ଏ ମନକଥା
କହିବାକୁ ଲାଗେ ଲାଜ ।।

ଯେବେ ଆଖିରେ ମିଶାଅ ଆଖି
ଦେହେ ଶିହରଣ ଯାଏ ଲାଖି
ପାଦ ରହେ ଯେବେ ମୋର ଥକି
ତୁମେ ଚାଲିଯାଅ କଥା ରଖି
କାହିଁ ଲାଗେ ଏ ମନ ଏମିତି
ମତେ କହିବାକୁ ଲାଗେ ଲାଜ ।।

ନିଜ ଆଖିରେ ଆସେନା ମୋର
ମତେ ଦୁନିଆଁଟା ଲାଗେ ପର
ଉଜାଗର ରହେ ସାରା ରାତି
ଲାଗେ ପାଖରେ ଅଛ ଯେମିତି
କାହିଁ ଲାଗେ ଏ ମନ ଏମିତି
ମତେ ଭାବିଲେ ଲାଗୁଛି ଲାଜ ।।

ଲୋକପ୍ରିୟ ଲେଖା

To Top