କବିତା

ଲଘୁ କବିତା ଦ୍ୱାଦଶୀ

Ramakanta Mishra's odia poem Laghu Kabitaa Dwaadashi

ପୂଜାର ବାଜଣା ଶୁଭେ ଦୂରେ
ମା ଆସୁଛନ୍ତି ବର୍ଷକ ପରେ
ଶିଉଳି ସୁଗନ୍ଧ ଆଗମନେ
କାଶତଂଡୀ ଫୁଲର ଆବରଣେ

ଲଘୁ କବିତା ଦ୍ୱାଦଶୀ

୧।। ନ୍ୟାୟ

ବିଚାରାଳୟରେ ଆଖି ଉପରେ ପଟି ବାନ୍ଧି
ନିକିତି ଧରି ଠିଆ ହୋଇଥିବା ମହିଳା ଯଦି
ନ ଦେଖି ସତ ମିଛ ତଉଲିବେ କେମିତି ?
ତଉଲିବା ପାଇଁ ପ୍ରମାଣ ଦରକାର
ଆବଶ୍ୟକତା ନାହିଁ କିଛି ଦେଖିବାର ।

୨।। ମା ଆସୁଛନ୍ତି

ପୂଜାର ବାଜଣା ଶୁଭେ ଦୂରେ
ମା ଆସୁଛନ୍ତି ବର୍ଷକ ପରେ
ଶିଉଳି ସୁଗନ୍ଧ ଆଗମନେ
କାଶତଂଡୀ ଫୁଲର ଆବରଣେ
ନୀଳ ଆକାଶରେ ମା’ଙ୍କୁ ଖୋଜୁ
ହସ ଖୁସି ର ମାଦଳ ବାଜୁ
ହେ ମା ! ସୁଖ ଦିଅତ ଏତିକି
ଅହଂକାର ନ ଆସୁ ମୋ କତିକି
ହେ ମା ! ଦୁଃଖ ଦିଅତ ଏତିକି
ଆସ୍ଥା ଚାଲି ନ ଯାଏ ଯେମିତି ।

୩।। ଅଧୀକାରୀ

ଜୀବନ ହେବ ଖୁସିରେ ପୂର୍ଣ୍ଣ
ଆଉ ଦୁଃଖ ଓ ତାପ ବିହୀନ
ମନ ରେ ରଖିବା କଥା ଟିଏ
ପାଏ ନାହିଁ କିନ୍ତୁ ଖୋଜୁ ଥାଏ
ସମୟ ଦେଇ ଦେବ ସେତିକି
ପାଇବାର ପାଉଣା ଯେତିକି ।

୪।। ଇଚ୍ଛା

ଆଜିଠାରୁ ଉତ୍ତମ ଦିନ ନାହିଁ
କାଲି କେବେହେଲେ ହୁଏ ନାହିଁ
ବର୍ତ୍ତମାନ କେବେ ଯାଏ ନାହିଁ
ସମୟ ହେଉ କେତେ ଖରାପ
ରୁଖ୍ୟ ହେଉ କି ସୁକ୍ଷ୍ମ ହେଉ
ଭାବବାନଙ୍କ ଇଚ୍ଛା ପୂର୍ଣ୍ଣ ହେଉ |

୫।। ନଅଟି ନୀୟମ

ତାଳି ବଜାନ୍ତୁ ରୋଗ ଭଗାନ୍ତୁ
ପାଦତଳ ଘସନ୍ତୁ ମୁହଁ ଚମକାନ୍ତୁ
ପାପୁଲି ମକଚନ୍ତୁ ଉର୍ଜା ସୃଷ୍ଟି କରନ୍ତୁ
ନଖ ରଗଡନ୍ତୁ ବୃଦ୍ଧ ନ ହୁଅନ୍ତୁ
ଖୋଲା ହସନ୍ତୁ ଆଳସ୍ୟ ଦୂର କରନ୍ତୁ
ସକାଳେ ବୁଲନ୍ତୁ ଫୁର୍ତ୍ତିରେ ରୁହନ୍ତୁ
ଦସ ମିନିଟ୍ ଦୌଡନ୍ତୁ ରୋଗୀ ନ ହୁଅନ୍ତୁ
ଟିକିଏ କରନ୍ତୁ ଡାନ୍ସ ରୋଗକୁ ମିଳିବନି ଚାନ୍ସ
ଶୁଣନ୍ତୁ ଉତ୍ତମ ସଂଗୀତ ମନ ରହିବ ପୁଲକିତ ।

୬।। ମିତ୍ର ଓ ପରିବାର

ପ୍ରଶଂସାରେ ବିଗଳିତ ହୁଅ ନାହିଁ
ନିନ୍ଦାରେ ବିଚଳିତ ହୁଅ ନାହିଁ
କର୍ମ କରିବା ନିସ୍ଵାର୍ଥ ହୋଇ
ଧରା କୁ ସରା ଜ୍ଞାନ କରିବା ନାହିଁ
ଏହି ଧରା ବକ୍ଷ ଉପରେ
ସବୁ କିଛି ଧରି ହୋଇ ରହିଯିବ
କହିଗଲେ ଶ୍ରୀକୃଷ୍ନ କଥା ଅତି ଗଭିର
ବିଜୟ ନା ପରାଜୟ କଣ ଦରକାର
ଜୀବନରେ ସଫଳତା ପାଇବାର
ବାଟ ହେଲା ମିତ୍ର ଆଉ ପରିବାର ।

୭।। ନିର୍ଧାର୍ଯ୍ୟ

ଗଛ କୁ ପ୍ରତିଦିନ କରିବାକୁ
ହୋଇଥାଏ ଯତ୍ନ
ଧରି ଥାଏ ସମୟ କ୍ରମେ ହିଁ
ତହିଁରେ ଫଳ ରତ୍ନ
ଧରିବାକୁ ହେବ ଧୈର୍ଯ୍ୟ
ହୋଇ ଥାଏ ପ୍ରତି କାର୍ଯ୍ୟ
ସମୟ ଥାଏ ନିର୍ଧାର୍ଯ୍ୟ |

୮।। ଉତ୍ତର

କର ପ୍ରଜତ୍ନ ହଜାର
ଅନ୍ଧକାରରେ ଛାୟାର
ବୃଦ୍ଧାବସ୍ଥାରେ କାୟାର
ଶେଷ ସମୟରେ ମାୟାର
ସାଥି ଦିଏ ନାହିଁ କାହାର
କର୍ମ କଲେ ଫଳ ମିଳେ
ଆଜି ନହେଲେ କାଲି ମିଳେ
କୂଅ ହୁଏ ଯେତେ ଗଭୀର
ଜଳ ହୁଏସେତେ ମଧୁର
ଜୀବନର ପ୍ରତ୍ୟେକ ପ୍ରଶ୍ନର
ଜୀବନରୁ ମିଳିଥାଏ ଉତ୍ତର ।

୯।। ମଧୁରତା

ମଧୁରତା !
ମୁହଁରେ ମିଶିଲେ ସ୍ୱାଦ ହୁଏ
ହୃଦୟରେ ମିଶିଲେ ପ୍ରେମ ହୁଏ
ମୌସୁମୀରେ ମିଶିଲେ ରିତୁ ହୁଏ
ସଂବନ୍ଧରେ ମିଶିଲେ ସୁନ୍ଦର ହୁଏ
ଜୀବନରେ ମିଶିଲେ ସ୍ୱର୍ଗ ହୁଏ ।

୧୦।। ଏଇ ମନ

ମନଟିଏ ତିଆରି କର ଯାହା
କଥାକୁ ମନରେ ନେବ ନାହିଁ
ହୃଦୟଟିଏ ପ୍ରସ୍ତୁତ କର ଯାହା
କେବେ ବି ଦୁଃଖିତ ହେବ ନାହିଁ
ସ୍ପର୍ଶ ଟିଏ ପ୍ରଦାନ କର ଯାହା
କେବେବି ଯନ୍ତ୍ରଣା ଦେବ ନାହିଁ
ସମ୍ବନ୍ଧ ଟିଏ କରି ଚାଲ ଯାହା
କେବେବି ଶେଷ ହେବ ନାହିଁ ।

୧୧।। ନିକଟ

ଭଲ ଲାଗେ ମତେ
ସେହି ଲୋକ ମାନଙ୍କୁ
ସକାଳେ ଅଭିବାଦନ କରିବାକୁ
ଯେଉଁ ମାନେ ମୋ ସମ୍ମୁଖରେ
ନ ଥାଇ ବି ମୋ ହୃଦୟର
ଅତି ନିକଟରେ ରହିବାର
ଆଭାସ ଦେଇ ଥାନ୍ତି ।

୧୨।। ପତିତ

ରଖି ହେବ ନାହିଁ ଯେଉଁ ସମ୍ବନ୍ଧ କୁ
ଚେଷ୍ଟା କରିବା ନାହିଁ ତାହା କରିବାକୁ
ନିଜ ଶକ୍ତି ଠାରୁ ଅଧିକ କରିବାକୁ
କରିବା ନାହିଁ ବୃଥା ଆସ୍ଫାଳନକୁ
ମନରେ ଅଛି ଆକାଶ ଛୁଇଁବାକୁ
ଭୁପତିତ କରି ନୁହେଁ କାହାରିକୁ ।

ଲୋକପ୍ରିୟ ଲେଖା

To Top