କବିତା

ମା’

Kanishtha Kishore Sahu's odia poem Maa

ଲାଳନ ପାଳନେ କେତେ କଷ୍ଟ ସହି
କରେ ଏଡୁଟିରୁ ଏଡ଼େ,
ରୋଗ ବଇରାଗେ ଅହର୍ନିଶ ଜଗେ
ଛାଡ଼ି କାମ ସବୁଆଡ଼େ ।

ମା'

ଦଶମାସ ଯାଏ ଗରଭେ ସଞ୍ଚି କି
ଜନମ ଦେଇଛି ମୋତେ,
ଦୟା, କ୍ଷମା, ପ୍ରେମ ସ୍ନେହର ମୂରତି
କେତେ ଅନୁପମା ସତେ !

ଲାଳନ ପାଳନେ କେତେ କଷ୍ଟ ସହି
କରେ ଏଡୁଟିରୁ ଏଡ଼େ,
ରୋଗ ବଇରାଗେ ଅହର୍ନିଶ ଜଗେ
ଛାଡ଼ି କାମ ସବୁଆଡ଼େ ।

ତା’ କୋଳରେ ଥିଲେ ନାହିଁ ଡରଭୟ
ସେଇ ତ ସରଗ – ଅଭୟପୁର,
କାନିର, ପରଶେ ସବୁ ଦୁଃଖ କଷ୍ଟ
କ୍ଷଣକରେ ହୁଏ ଦୂର ।

ଅଭିମାନ କରି ମୁହେଁ ଦିଏ ଗାଳି
ନ ରଖି ହୃଦୟେ କିଛି,
ବିନା ଅଭିଯୋଗେ ରାଗ ରୁଷା ଭୁଲି
ଦିଏ ଭଲ ଖାଦ୍ୟ ବାଛି ।

ତା’ର ଆଶୀର୍ବାଦେ ଆଗେଇ ଯିବାରେ
ବାଟ ଦେଖାଇଛି ମୋତେ,
ମାତୃଋଣ କେହି ଶୁଝି ପାରିବେନି
ପାରିନି କେହି ଜଗତେ !

ଲୋକପ୍ରିୟ ଲେଖା

To Top