ଦୁନିଆ ଆଖିରେ ମାଟି କଣ୍ଢେଇ ମୁଁ
ମା ତୋ ଆଖିରେ କିଶ ?
ସରଗର ପରୀ ତୁହି ଅପସରୀ
ଆଜି ସଜୁ ମୋ ଝିଅ ବେଶ ।।
ଅବଳା ଦୁର୍ବଳା କହେ ଯେ ଦୁନିଆ
ମା ତୁ କି ଚିନ୍ତୁ ସମାନ
ଶକ୍ତି ସ୍ଵରୂପୀଣୀ, ଦୁର୍ଗତି ନାସିନୀ
ତୁ ମୋ ପାଇଁ ଦେବୀ ସମାନ ।।
ବିନା ଆଶାରରେ ରହି ନ ପାରିବ
ଦୁନିଆ କରେ ତୁଛାର
ସ୍ଵୟାଂସହା ତୁହି , ଦୁହିତା ତୁହି ଲୋ
ତୋ ଠାରେ ଶକ୍ତି ଅପାର ।।
ଝିଅ ପରଧନ କହି ନାକ ଟେକେ
ସମାଜ ଆଖିରେ ହିନ
କନ୍ୟା ରତ୍ନ ତୁହି ଜୀବନର ଆଶା
ତୁ ମୋ ଜୀବ ଜୀବନ ।।
ଏତେ ଶ୍ରଦ୍ଧା ଯଦି ଅଛି ମାନେ ମା
କି ପାଇଁ ଅନ୍ତରେ ନାଶୁଛୁ ମୋତେ?
ତୋର ହତ୍ୟାରିଣୀ ନୁହେଁ ତୋର ମା
ଏ କଥା ଯିବୁ ପରତେ, ଏ କଥା ଯିବୁ ପରତେ ।।