କବିତା

ମାନବିକତା

T.Durga Prasad Rao's odia poem Maanabikataa

ତେବେ କାହିଁକି ଏ ଦର୍ପ ଦମନୀୟତା
କାହିଁକି ଏ ଅହଂ
ପ୍ରତି କ୍ଷେତ୍ରରେ ପ୍ରତିଯୋଗୀତା ଆଉ ହାରିଯିବାର ଭୟ
କେଉଁ ବିଶେଷ କଥାକୁ ଧରିବସିଛି ମଣିଷ ତାର ଚେତନାରେ
ଏଇ କି ସେ ଧରାର ସବୁଠାରୁ ଶ୍ରେଷ୍ଠ ଜୀବ
ଆଉ ସବୁ ଯେତେ ସୃଷ୍ଟି ତାର ପାଦ ତଳେ ?

ମାନବିକତା

ସବୁ ଚିକ୍‌ମିକ୍ କରୁଥିବା ଚିଜର ଚଞ୍ଚକତାରେ
ଆମରଣ ସଂକୀର୍ଣ୍ଣତାର ମଧୁପାଶରେ ମୋହଗ୍ରସ୍ତ
ଧୋବଧାଉଳିଆ ମଣିଷର
ସବୁ ପାରିବାପଣ ହାର ମାନିଯାଏ
ନିୟତିର ଚକ୍ରାନ୍ତ ଆଗରେ

ମସ୍ତିଷ୍କରୁ ନିସୃତ ସବୁ ଯୋଜନା କୁଟୀଳତା
ଯାହା ସେ କାମରେ ଲଗାଇ ଆସିଛି
ଅନ୍ୟକୁ ନୀଚା ଦେଖାଇବା ପାଇଁ
ଜୀବନର ପ୍ରତି ପଦପାତରେ
ଅକାମୀ ହୋଇଯାଏ ଆଉ କିଛି ସମୟ ରୋକିବାକୁ
ଜୀବନ ଏ ଧରାପୃଷ୍ଠରେ

ତେବେ କାହିଁକି ଏ ଦର୍ପ ଦମନୀୟତା
କାହିଁକି ଏ ଅହଂ
ପ୍ରତି କ୍ଷେତ୍ରରେ ପ୍ରତିଯୋଗୀତା ଆଉ ହାରିଯିବାର ଭୟ
କେଉଁ ବିଶେଷ କଥାକୁ ଧରିବସିଛି ମଣିଷ ତାର ଚେତନାରେ
ଏଇ କି ସେ ଧରାର ସବୁଠାରୁ ଶ୍ରେଷ୍ଠ ଜୀବ
ଆଉ ସବୁ ଯେତେ ସୃଷ୍ଟି ତାର ପାଦ ତଳେ ?

ନିର୍ମମ ନିର୍ଦ୍ଦୟତାର କେତେ ଯେ ବର୍ବର କାହାଣୀ
ପ୍ରତି ସେକେଣ୍ଡ୍‌ରେ ପୁନରାବୃତ୍ତି କରିଛି
ସେ ଅକଳନ ପାପର ହିସାବ ଯେ ତାକୁ ଦେବାକୁ ହିଁ ହେବ
ଦିନେ ନା ଦିନେ ସମୟ ସ୍ରୋତରେ
ବିବେକ ଓ ହୃଦୟର ଗୋଟିଏ ବି ଡାକ ଶୁଣି ନ ଥିବା
ମଣିଷ ଏତେ ଅସହାୟ ଲାଗେ
ପ୍ରକୃତିର ତାଣ୍ଡବଲୀଳା ଆଗରେ
ସେ କଅଣ ନୂଆ କରି ଶୁଣୁଛି
ପରିବେଶ ସନ୍ତୁଳନ ବିଷୟରେ ?

ରହିଯା ଏ ମଣିଷ
ଥରେ ଭଲ କରି ଅନା ନିଜ ଭିତରକୁ
ଅଇ ଉଠିଲା ପର୍ଯ୍ୟନ୍ତ ପୂର୍ଣ୍ଣ କରନାହିଁ
ନିଜ ଆତ୍ମା, ସୂକ୍ଷ୍ମସତ୍ତାକୁ
ଅସୂୟା, ଈର୍ଷା, ଆବିଳତାର ପାପପଙ୍କରେ
ସମୟ ପୂର୍ବରୁ ଜାଗି ଉଠୁ ମାନବିକତାର ମହାମନ୍ତ୍ର
ତୋର ହୃଦ, ମନ ଓ ଶରୀରର ପ୍ରତି କୋଣ ଅନୁକୋଣରେ

ଲୋକପ୍ରିୟ ଲେଖା

To Top