କବିତା

ମାଟିର ମଣିଷ

Minati Pradhan's odia poem Maatira Manisha
ମାଟିର ମଣିଷ

ଶୁଣିଛି, ତୋ ମାଟିରେ ଜନମି ଥିବା
ଅସଂଖ୍ୟ ପରଜା ।
ଶୁଦ୍ଧ ପାଣି ଆଉ ପବନରେ ଗଢା ।
ସେଠି ରକ୍ତରେ ମିଶେ ନାହିଁ, ଛଳନା ଓ
କପଟର କେମିକାଲ୍‌ ।
ଖାଇବାରେ ମିଶେ ନାହିଁ
ଆଧୁନିକତାର ଜଙ୍କ୍‌ ।

କାଚ ପରି ଶୁଦ୍ଧ,
ତାଙ୍କ କଳା ଓ ସଂସ୍କୃତି
ଆଗରେ ରଖନ୍ତି
ସୁମଧୁର ଭାଷା ଓ ଆଚାର ପଦ୍ଧତି ।
ଲଜ୍ଜାରେ ମୁଣ୍ଡ ନୁଆନ୍ତିନି,
ବୁଝି ନ ପାରିଲେ ସଭ୍ୟତାର ଅସଭ୍ୟ ପ୍ରକୃତି ।

ଝରିପଡେ କୃତଜ୍ଞତା,
ଭଲ ପାଆନ୍ତି ପ୍ରକୃତିକୁ ଅନ୍ତର ଭରି ।
କିନ୍ତୁ ହଯାଇ ଦିଏ ସଭ୍ୟ ମଣିଷର ବାକ ଚାତୁରୀ ।
କେମିତି ସାଜିବାକୁ ହୁଏ, ବଜାରର ପଣ୍ୟଦ୍ରବ୍ୟ,
ନ ହୋଇ
ଆଧୁନିକତାର ଶରବ୍ୟ ।
ହୃଦୟରେ ନଥାଇ ଆବିଳତା ।
ନା ମଣିଷର ମୂଲ୍ୟାଙ୍କନ ହୁଏ, ନା ଥାଏ ବର୍ବରତା ।

ସେଇ ତ ମାଟିର ମଣିଷ,
ଆଜି ଲଢୁଛି, ଲୁହ ଆଉ ଲହୁ ଝରାଇ ।
ଲୁଣ୍ଠନ ଓ ଶୋଷଣକାରୀଙ୍କ କବଳରୁ
କଣ ପାରିବ ପ୍ରକୃତି ମା’କୁ ବଞ୍ଚାଇ ?

ଲୋକପ୍ରିୟ ଲେଖା

To Top