ସେହି ଦିନ ଗୁଡାକରେ ଛାତିର କୋହ ଭରି ଯାଇଥିଲା
ରାତି ସାରା ମୁଁ ଶୋଇ ପାରିତ ନଥିଲି
ଯାହା କରୁଥିଲି ସବୁ ହୋଇଯାଉଥିଲା ଭୁଲ
ପାଖରେ ଥିଲ ତୁମେ ଲୁହ ପୋଛିଦେବା ପାଇଁ
ଧୀରେ କାନରେ କହୁଥିଲ ପ୍ରଣୟର ଶବ୍ଦ
ଖୁସି ହୋଇଗଲି
ପାଖକୁ ତୁମେ ଆସି ଯାଇଅଛ ।
ଉତ୍ସାହ ପାଇଁ ହସ ଟିଏ ଅଛି
ହାରିଗଲେ ଡାକିବା ପାଇଁ ଅଛ ତୁମେ
ମୁହୂର୍ତ୍ତ ଗୁଡାକର କଥା ଭାବେ ମୁଁ
ତୁମେ ଥିବ ତ ପାଖରେ
ସାହର୍ଯ୍ୟ କରିବ ସେହି ତୁମର ସେ ମଧୁର ହସ
ହଜି ଯାଇଥିବା ମୁହୂର୍ତ୍ତମାନଙ୍କୁ ଭୁଲିଯିବା ପାଇଁ ।
ଚାଲି ଯାଅ ଯଦି ଦୂରକୁ ତ ତୁମେ
ପାଖରେ କେହିତ ନଥିବେ
ତୁମର ହସ ମନେ ପଡିଯାଏ
କାନ ପାଖରେ କୁହ ତୁମେ
କେହି ଦେଖନ୍ତିନି ।
ଉଡିପାରନ୍ତି ମୁଁ ଯଦି
ଦୂରକୁ ଉଡି ତ ଯାଆନ୍ତି
ଏକ ଉଷ୍ନ ସକାଳର ପାଇଁ
ତୁମ ସହ ମୋ ପ୍ରେମକୁ ଏକାଠି ରଖିବାକୁ ସବୁଦିନ ପାଇଁ
ପ୍ରିୟା ମୋର ଜୀବନକୁ ପୂର୍ଣ କରିଦେଲ
ତୁମେ ଏକମାତ୍ର ଯାହାକୁ ମୁଁ ମନେରଖେ
ଭୁଲେ ନାହିଁ ତୁମର ସେ ମଧୁର ହସ
କାନର ଧିରେ କୁହ ତୁମେ ପ୍ରଣୟର କଥା ।