କବିତା

ମଲାଜହ୍ନ

Shubhasmita Behera's odia poem Malaajahna

ତୁମ ବିନା ଲାଗେ,
ମୂର୍ଚ୍ଛନା ବିହୀନ ମୋ ସଙ୍ଗୀତ ।
କୋଇଲି କି ତୋଳିବ ରାଗ,
ବାସ୍ନାହୀନ ସବୁ ବସନ୍ତ ।।

ମଲାଜହ୍ନ

ମନେପଡ଼େ ଯେବେ,
ସେଇ ଅଭୁଲା ଅତୀତ ।
ପଲକର ପାଚେରୀ ଡେଇଁ,
ଲୁହ ଭିଜାଏ ମୋ ପଣତ ।।

କସ୍ତୁରୀ ମୃଗଟିଏ ପରି,
ମୁଁ ଖୋଜିବୁଲେ ଚାରିଦିଗନ୍ତ ।
ତୁମ ସ୍ମୃତି ଯେବେ,
ହୁଏ ମୋ ଭିତରେ ଜୀବନ୍ତ ।।

ତୁମ ବିନା ଲାଗେ,
ମୂର୍ଚ୍ଛନା ବିହୀନ ମୋ ସଙ୍ଗୀତ ।
କୋଇଲି କି ତୋଳିବ ରାଗ,
ବାସ୍ନାହୀନ ସବୁ ବସନ୍ତ ।।

କଳ୍ପନାକୁ ଆସେ ଯେବେ,
ତୁମ ବିନା ମୋ ଭବିଷ୍ୟତ ।
ସକାଳର ମଲାଜହ୍ନ ପରି,
ମୁଁ ପୁଣି ହୋଇଯାଏ ମୃତ ।।

ଲୋକପ୍ରିୟ ଲେଖା

To Top