କବିତା

ମନ

Basanti Das's odia poem Mana

ରାତି ସାଜି ହରିନେଲ ନିଦ ମୋର
ଫଗୁଣ ସାଜି ମହକ
ସୁରୁଜ ସାଜି ହରିଲ ଆଖି ଜ୍ୟାେତି
ହୃଦରେ ଭରି କୁହୁକ,

ମନ

ଏମିତି ତ କେବେ କଥା ବି ନଥିଲା
ତୁମେ ହେବ ଦୂରଜହ୍ନ
ମୁଁ ଯେ ବିରହୀଣି ନୀଳକଇଁ ସାଜି
ଝୁରୁଥିବି ରାତିଦିନ ॥୦॥

ସାଥୀ ଆମେ ଯେବେ ହାତ ମିଳାଇଲେ
ମିଶିଗଲାପରେ ମନ
ଝରା ବଉଳର ବାସ ମହକିଲା
ଆମ ମନ ଉପବନ,
ଆଖିରେ ମିଶାଇ ଆଖି ତୁମେ ସାଥୀ
ଏବେ କରିଦେଲ ଶୂନ୍ୟ
ଏମିତିବି….॥୧॥

ରାତି ସାଜି ହରିନେଲ ନିଦ ମୋର
ଫଗୁଣ ସାଜି ମହକ
ସୁରୁଜ ସାଜି ହରିଲ ଆଖି ଜ୍ୟାେତି
ହୃଦରେ ଭରି କୁହୁକ,
ସବୁ ଲୁଟିନେଇ ପରକରିଦେଲ
କଲ କିଆଁ ହିନୀମାନ
ଏମିତି ତ….॥୨॥

ଲୋକପ୍ରିୟ ଲେଖା

To Top