କବିତା

ମନ ହୁଏ

Binaya Mohapatra's Odia Poem MANA HUE

ତାର ପଣତ କାନିରେ ମୋ ମୁହଁ ପୋଛୁ ପୋଛୁ
କେତେ ପ୍ରଶ୍ନ କରିଯାନ୍ତା ।

ମନ ହୁଏ

ମନହୁଏ ପୁଣି ଥରେ ସ୍ୱପ୍ନର ଡେଣା ନେଇ
ଉଡି ଯାଆନ୍ତି ଦିଗନ୍ତର
ଏପାରିରୁ ସେପାରି ପର୍ଯ୍ୟନ୍ତ ।

ସୁର୍ଯ୍ୟର ଆଗେ ଆଗେ ତାର କଅଁଳିଆ
ନାଲି କିରଣର ପଣତ ତଳେ ।

ପୁଣି ଜହ୍ନର ଶିତଳ ଚାଦର ଘୋଡେଇ
ରାତ୍ରୀର ନିଶବ୍ଦ ପ୍ରହରରେ
ଫେରି ଆସନ୍ତି ଆମର ସେଇ ଛୋଟିଆ ସ୍ୱର୍ଗକୁ ।

ଏରୁଣ୍ଡି ବନ୍ଧ ପାଖରୁ ମାଆ ମୋତେ କୋଳେଇ ନିଅନ୍ତା ।

ତାର ପଣତ କାନିରେ ମୋ ମୁହଁ ପୋଛୁ ପୋଛୁ
କେତେ ପ୍ରଶ୍ନ କରିଯାନ୍ତା ।

ଏତେ ଡେରି ଯାଏ କୁଆଡେ ବୁଲୁଥିଲୁ ।

କ’ଣ ଖାଇଚୁକି ନାହିଁ ?

ବାପାଙ୍କର ସ୍ନେହ ମିଶା ରାଗ ।

ତମ ପୁଅ ବିଗଡି ଗଲାଣି ।

ଗେହ୍ଲା କର, ତାକୁ ଆହୁରି ବିଗାଡ ।

ସାନ ସାନ ଭଉଣି ଭାଇ ମାନେ ଚାରିପଟେ ବେଢି ଯାନ୍ତି
ଟୁକୁ ଟୁକୁ ପ୍ରଶ୍ନିଳ ଆଖିରେ
କେତେ କଥା ପଚାରି ଯାନ୍ତି ନିଶବ୍ଦରେ ।

କେଉଁ ପରୀ ରାଇଜ ଅବା ବୁଢି ଅସୁରୁଣି ର ମାୟା ମହଲରୁ
ମୁଁ ନେଇ ଆସିଚି ମାୟାବିନୀ ଜୀବନ ଫରୁଆ ।

ରଜା ଝିଅର ମାୟାନିଦ୍ରା ଭାଙ୍ଗିବାକୁ ।

ବଡ ଭାଇ ଶୋଇବାର ବାହାନା
କରି ଆମ କଥା ଶୁଣୁ ଥାଏ ନୀରବରେ ।

ଅଗଣା ରେ କାଉ ଆସି ସକାଳ ହେବାର
ସୁଚନା ଦେଲାଣି, ସତେବା କହୁଚି
ହେ ବଂଧୁ ନିଦ୍ରା ପରିହାର
ସୁର୍ଯ୍ୟ ଆସିବାର ସମୟ ହେଲାଣି ।

ଜାଗ ସ୍ୱାଗତ କର ନୂତନ ସୁର୍ଯ୍ୟର ।

କାଲିର ବିଫଳତାକୁ ଭୁଲି
ପୁଣି ଥରେ ପ୍ରୟାସ କର ।

ତୁମେ ସେହି ପାର୍ଥ ଦୁନିଆର ମହାଭାରତରେ
ଉଠାଅ ଗାଣ୍ଡିବ ତୁମ ଅସମ୍ଭବ କୁ ସମ୍ଭବ କର ।

ସବୁ ବିଫଳତା କୁ ସଫଳ କର
ମୋଡିଦିଅ ସମୟର ଧାରାକୁ
ଜିତି ଯାଅ ଦୁନିଆକୁ ।

ଲୋକପ୍ରିୟ ଲେଖା

To Top